ppurohit

୪ ଜୁଆଡି ଗିରଫ ସହ ନଗଦ ୧୬୯୦୦ ଟଙ୍କା ଜବତ

2nd

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ଅଧିନସ୍ଥ ଗ୍ରାମାଞ୍ଚଳମାନଙ୍କରେ ତାସର ଜୁଆଖେଳ ଆସର ବ୍ୟାପିବାରେ ଲାଗିଛି । ଏ ପଟେ ସଟ୍ଟା ସେପଟେ ତାସର ଜୁଆଖେଳରେ ଅନେକ ଲୋକ ଧ୍ୱଂସ ହେଇ ସାରିଲେଣି । ଗତକାଲି ପଦ୍ମପୁର ସହର ଠାରୁ ଅନତି ଦୂରରେ ଥିବା ମହୁଲପାଲି ଗ୍ରାମରେ ଏକ ନିରୋଳା ସ୍ଥାନରେ ତାସ ଜୁଆଖେଳ ଚାଲିଥିବା ଖବର ପାଇ ପଦ୍ମପୁର ପୋଲିସ ଚଢାଉ କରିଥିଲା । ତେବେ ଏହି ଚଢାଉରେ ଆମ୍ବବାହାଲ ଗ୍ରାମର ଗୋବର୍ଦ୍ଧନ ସାହୁ, ଦୁଷ୍ମନ୍ତ ଦଣ୍ଡସେନା, ମହୁଲପାଲିର ଭୂମିରାଜ ବରିହା, କୁଡାସିଂହାର ବୁଦ୍ଧ ମେହେର ତାସ୍‌ର ଜୁଆଖେଳ (ଟଙ୍କା) ଆସର ଜମାଇଥିବା ସମୟରେ ପଦ୍ମପୁର ଥାନାରେ କାର୍ଯ୍ୟରତ ଏସ୍‌ଆଇ ସନ୍ତୋଷ କୁମାର ସାହୁ ଏକ ପୋଲିସ ଦଳ ସହ ଅତର୍କିତ ଚଢ଼ାଉ କରିଥିବା ବେଳେ ତାଙ୍କ ଠାରୁ ନଗଦ ୧୬୯୦୦ ଟଙ୍କା, ୩ଟି ମୋଟର ସାଇକେଲ, ୪ ଟି ମୋବାଇଲ ଫୋନ ସହ ଏକ ସେଟ୍‌ ତାସ୍‌କୁ ଜବତ କରିବା ସହ ପୋଲିସ ଷ୍ଟେସନ କେଶ ନଂ-୧୮୮,୨୬.୦୮.୨୦୨୧ ୟୁ/ଏସ୍-୩ ଆଇନ ବଳରେ ଗିରଫ କରି ଅଭିଯୁକ୍ତମାନଙ୍କୁ କୋର୍ଟକୁ ଚାଲାଣ କରାଯାଇଥିବା ପଦ୍ମପୁର ଥାନା ଅନ୍ତର୍ଗତ ରାଜେନ୍ଦ୍ର ସିଆଲ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.