ସ୍କର୍ପିଓକୁ ପିଟିଲା ହାଇୱା ଜଣେ ମୃତ, ୩ ଗୁରୁତର

ବାଲିପାଟଣା : ପୁରୀ ଏନଏଚ ଗୁଡ଼ିଆ ପୋଖରୀ ଛକ ନିକଟ ଏହି ଦୁର୍ଘଟଣା ହୋଇଛି । ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତ୍ରିରେ ଭୁବନେଶ୍ଵର-ପୁରୀ ଏନଏଚରେ ଦୁର୍ଘଟଣା ହୋଇଛି । ଗୁଡିଆ ପୋଖରୀ ଛକ ନିକଟରେ ସ୍କର୍ପିଓକୁ ପଛରୁ ପିଟିଲା ହାଇୱା । ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଛି । ମୃତକ ହେଲେ ଭୁବନେଶ୍ଵର ସୁନ୍ଦରପଦା ଅଂଚଳର ମନୋଜ ବେହେରା । ସେହିପରି ସ୍କର୍ପିଓରେ ଥିବା ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି ।

Leave A Reply

Your email address will not be published.