ଚୀନ୍ ବଦଳାଇଲା ନିୟମ, ପ୍ରତ୍ୟେକ ଦମ୍ପତିଙ୍କୁ ୩ ସନ୍ତାନ ଜନ୍ମ ଦେବାକୁ ଅନୁମତି

ବେଜିଂ : ଜନସଂଖ୍ୟାର ଏକ ବଡ଼ ଭାଗ ବୃଦ୍ଧ ହେବା ଦେଖି ଚୀନ୍ ସରକାର ଏହାର ୨ ଶିଶୁ ନୀତି ପରିବର୍ତ୍ତନ କରିଛନ୍ତି । ଚୀନ୍ ସରକାର ବର୍ତ୍ତମାନ ପ୍ରତ୍ୟେକ ଦମ୍ପତିଙ୍କ ପାଇଁ ୩ ପିଲା ଜନ୍ମ କରିବାକୁ ଅନୁମତି ଦେଇଛନ୍ତି । ଚୀନ୍ ସରକାର ସୋମବାର ୩ ଶିଶୁ ନୀତି ଘୋଷଣା କରିଛନ୍ତି ।

ଦୀର୍ଘ ଦିନ ଧରି ଚୀନ୍ ଦୁନିଆର ସବୁଠାରୁ ଜନବହୁଳ ଦେଶ ଭାବେ ପରିଚିତ ଥିଲା । ଚୀନ୍ ପୂର୍ବରୁ ଦମ୍ପତିଙ୍କ ପାଇଁ ୧ ରୁ ଅଧିକ ସନ୍ତାନ ପାଇବାକୁ ଅନୁମତି ଦେଇଥିଲା ଏବଂ ପରେ ୨ ଶିଶୁ ନୀତିରେ ପରିବର୍ତ୍ତନ କରାଯାଇ ଏକକ ଶିଶୁ ନୀତି ଛାଡି ଦିଆଯାଇଥିଲା । ବର୍ତ୍ତମାନ ୩ ଶିଶୁ ନୀତିକୁ ଗ୍ରହଣ କରିଛି ଚୀନ୍‌ ।

ଚାଇନାରେ, ଏକକ ଶିଶୁ ନୀତି ୧୯୭୯ରେ କାର୍ଯ୍ୟକାରୀ ହୋଇଥିଲା ଏବଂ ୨୦୧୬ରେ ଏହାକୁ ଦ୍ୱିତୀୟ ଶିଶୁ ନୀତିରେ ପରିବର୍ତ୍ତନ କରାଯାଇଥିଲା । କିନ୍ତୁ ନୀତିରେ ପରିବର୍ତ୍ତନ ପରେ ବି ଚାଇନାରେ ଜନସଂଖ୍ୟା ବୃଦ୍ଧି ସରକାର ଆଶାନୁରୂପ ହୋଇ ନଥିଲା । ତେଣୁ ବର୍ତ୍ତମାନ ୩ ଶିଶୁ ନୀତିକୁ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.