ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ ମୃତ

ବଣାଇ, (ହବିବ ମହମ୍ମଦ ଖାନ) : ରାଉରକେଲାରୁ ବାରକୋଟ ଯାଉଥିବା ୧୪୩ ନମ୍ବର ଜାତୀୟ ରାଜପଥରେ ପୃଥକ ପୃଥକ ଦୁର୍ଘଟଣାରେ ତିନିଜଣ ମୋଟର ସାଇକେଲ ଚାଳକଙ୍କ ଅକାଳ ମୃତ୍ୟୁ ହୋଇଯାଇଛି । ଚାନ୍ଦିପୋଷ ଥାନା ବରଘାଟ ପୋଲ ନିକଟରେ ଜଣକଙ୍କ ପ୍ରାଣ ହାନି ହୋଇଥିଲା ବେଳେ ବଣାଇ ଥାନା ଉପରବାହାଲଠାରେ ଦୁଇଜଣଙ୍କ ପ୍ରାଣ ହାନି ଘଟିଥିବା ଜଣାବଡିଛି । ରାଜରାସ୍ତାରେ ହଜାର ହଜାର ଗାଡି ପରିବହନ କାର୍ଯ୍ୟରେ ଦ୍ରୁତ ଗାଡିଚାଳନା ଏବଂ ବାଇକ ଚାଳକମାନଙ୍କ ବେପରୁଆ ଭାବ ଏମିତି ମର୍ମନ୍ତୁଦ ଦୁର୍ଘଟଣାର କାରଣ ହେଉଛି ।

Leave A Reply

Your email address will not be published.