ବରପାଲିପଡ଼ା ଡକାୟତି ଘଟଣାର ତିନ ଅଭିଯୁକ୍ତଙ୍କୁ ଗିରଫ କଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବରପାଲିପଡ଼ାରେ କିଛି ଦିନ ଆଗରୁ ଜଣଙ୍କ ଘରକୁ ପଶି ତିନ ଜଣ ଦୃବୁର୍ତ୍ତ ପ୍ରାଣାନ୍ତକ ଆକ୍ରମଣ କରି କିଛି ଟଙ୍କା, ସୁନା ନେଇ ଫେରାର୍‌ ହୋଇଯାଇଥିଲେ । ଏ ସଂପର୍କରେ ବଲାଙ୍ଗିର ଟାଉନ୍‌ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ଟାଉନ ପୁଲିସ ତନାଘନା ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ବଲାଙ୍‌ଙ୍ଗିର ଟାଉନ୍‌ ପୁଲିସକୁ ଆଜି ସଫଳତା ମିଳିଥିବା ବେଳେ ମାମଲାର ତିନି ଜଣଙ୍କୁ ଆଜି ଗିରଫ କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ତିନି ଜଣ ହେଲେ ବରପାଲିପଡ଼ାର ଟିକୁ ପାତ୍ର (୨୨), ଜିତୁ ପାତ୍ର (୨୬) ଓ ନରେନ୍ଦ୍ର ଦଲାଇ (୨୩) । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଟାଉନ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.