jayashree

‘କୋଶଳ ପ୍ରବାହ’ ସମ୍ବାଦପତ୍ରର ୨୪ତମ ବାର୍ଷିକୋତ୍ସବ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ‘କୋଶଳ ପ୍ରବାହ’ ସମ୍ବାଦପତ୍ରର ୨୪ତମ ବାର୍ଷିକୋତ୍ସବ ଉପଲକ୍ଷେ ନୃତ୍ୟ, ଗୀତ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ବିଚାରକମାନଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । ଗତ ୭ ତାରିଖ ଦିନ ବଲାଙ୍ଗିର ସାମ୍ବାଦିକ ଭବନରେ ଆୟୋଜିତ ପ୍ରତିଯୋଗିତାରେ ନୃତ୍ୟ ପ୍ରତିଯୋଗିତାରେ ମୁରଲିଧାରି ପତି ଓ ଗୌରପ୍ରସାଦ ମହାପାତ୍ର ବିଚାରକ ଦାୟିତ୍ୱ ତୁଳାଇଥିବା ବେଳେ ଗୀତ ପ୍ରତିଯୋଗିତାରେ ଶିବାନନ୍ଦ ତ୍ରିପାଠୀ ଓ ଦିଲୀପ ସିଂହଦେଓ ବିଚାରକ ଦାୟିତ୍ୱ ଗ୍ରହଣ କରିଥିଲେ । ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ବାସୁଦେବ ମେହେର ଓ ଦିଲୀପ ସିଂହଦେଓ ଏବଂ ବକ୍ତୃତା ପ୍ରତିଯୋଗିତାରେ ଅଧ୍ୟାପକ ଜୟକୁମାର ଆଚାର୍ଯ୍ୟ ଓ ଅଶୋକ କୁମାର ମିଶ୍ର ବିଚାରକ ଭାବେ ଉପସ୍ଥିତ ଥିଲେ । ବିଚାରକଙ୍କ ବିଚାର ଅନୁସାରେ ଅନୁଷ୍ଠିତ ଜୁନିଅର୍‌ ଗ୍ରୁପ୍‌ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ଓଏଭି ପଥରଚେପାର ଛାତ୍ରୀ ଆଦ୍ୟାଶା ଅବନ୍ତିକା ମେହେର ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ବିଶ୍ୱାତ୍ମା ବିଦ୍ୟାମନ୍ଦିରର ଛାତ୍ରୀ ଶର୍ମିଷ୍ଠା ସାହୁ ଏବଂ ତୃତୀୟ ସ୍ଥାନରେ ଏକାଡେ଼ମିକ୍‌ ହାଇଟ୍‌ ପବ୍ଲିକ୍‌ ସ୍କୁଲ୍‌ର ଆସ୍‌ମି ମିଶ୍ର ରହିଛନ୍ତି । ସିନିଅର୍‌ ଗ୍ରୁପ୍‌ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ବିଶ୍ୱାତ୍ମା ବିଦ୍ୟାମନ୍ଦିରର ଛାତ୍ରୀ ପ୍ରିୟାଂଶୀ କୁଦେଇ, ଦ୍ୱିତୀୟ ସ୍ଥାନରେ ଓଏଭି ପଥରଚେପାର ଛାତ୍ରୀ ପ୍ରେରଣା ଦଳବେହେରା ଏବଂ ତୃତୀୟ ସ୍ଥାନରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଲୋପାମୁଦ୍ରା ସାହୁ ରହିଛନ୍ତି । ସେହିପରି ଗୀତ ପ୍ରତିଯୋଗିତାରେ ଜୁନିଅର୍‌ ଗ୍ରୁପ୍‌ରେ ଏକାଡେ଼ମିକ୍‌ ହାଇଟ୍‌ ପବ୍ଲିକ୍‌ ସ୍କୁଲ୍‌ର ଛାତ୍ର ଦେବପ୍ରସାଦ ମହାନ୍ତି ପ୍ରଥମ, ସେନ୍‌ଚୁରିଆନ୍‌ ପବ୍ଲିକ୍‌ ସ୍କୁଲ୍‌ର ଛାତ୍ରୀ ତନିଶା ବେହେରା ଦ୍ୱିତୀୟ ଏବଂ ଆଇଡ଼ିଏମ୍‌ ପବ୍ଲିକ୍‌ ସ୍କୁଲ୍‌ର ଛାତ୍ରୀ ସୁରଂଜନା ପାଣିଗ୍ରାହୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସିନିଅର୍‌ ଗ୍ରୁପ୍‌ ଗୀତ ପ୍ରତିଯୋଗିତାରେ ଜେଏସ୍‌ଏମ୍‌ କଲେଜ୍‌ର ଛାତ୍ରୀ ପ୍ରୀତି ତ୍ରିପାଠୀ ପ୍ରଥମ, ସେନ୍‌ଚୁରିଆନ୍‌ ପବ୍ଲିକ୍‌ ସ୍କୁଲ୍‌ର ଛାତ୍ରୀ ଏନ୍‌.ଏନ୍‌ସି ଅର୍ପିତା ଦ୍ୱିତୀୟ ଓ ଓଏଭି ପଥରଚେପାର ଛାତ୍ରୀ ସୌମ୍ୟାରାଣୀ ମିଶ୍ର ତୃତୀୟ ସ୍ଥାନରେ ରହିଛନ୍ତି । ଚିତ୍ରାଙ୍କନ ପ୍ରତିଯୋଗିତାରେ ଜୁନିଅର୍‌ ଗ୍ରୁପ୍‌ରେ ସେନ୍‌ଚୁରିଆନ୍‌ ପବ୍ଲିକ୍‌ ସ୍କୁଲ୍‌ର ଛାତ୍ରୀ ସଂସ୍କୃତି ସାହୁ ପ୍ରଥମ, ସରସ୍ୱତୀ ଶିଶୁ ଜ୍ଞାନ ମନ୍ଦିର କଦମ୍‌ପଡ଼ାର ଛାତ୍ର ପ୍ରିୟାଂଶୁରାଜ ବେହେରା ଦ୍ୱିତୀୟ ଓ ତୃତୀୟରେ ସେମ୍‌ଫଡ୍‌ ଫିଉଚରିଷ୍ଟିକ୍‌ ସ୍କୁଲ୍‌ର ଛାତ୍ର ନୈତିକ ନମନ୍‌ ଅମାତ ରହିଛନ୍ତି । ସିନିଅର୍‌ ଗ୍ରୁପ୍‌ରେ ପ୍ରଥମ ସ୍ଥାନରେ ରହିଛନ୍ତି ବଲାଙ୍ଗିର ପବ୍ଲିକ୍‌ ସ୍କୁଲ୍‌ର ଛାତ୍ରୀ ଦିବ୍ୟାଂଶୀ ମହାନ୍ତି, ଓଏଭି ପଥରଚେପାର ଛାତ୍ରୀ ଆଦ୍ୟାଶା ପାତ୍ର ଦ୍ୱିତୀୟ ଏବଂ ସରସ୍ୱତୀ ଶିଶୁ ଜ୍ଞାନ ମନ୍ଦିର କଦମ୍‌ପଡ଼ାର ଛାତ୍ରୀ ହର୍ଷିତା ସିଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବିଚାରକଙ୍କ ବିଚାରର ଅନୁସାରେ ବକ୍ତୃତା ପ୍ରତିଯୋଗିତା ଜୁନିଅର୍‌ ଗ୍ରୁପ୍‌ରେ ସେମ୍‌ଫଡ୍‌ ଫିଉଚରିଷ୍ଟିକ୍‌ ସ୍କୁଲ୍‌ର ଛାତ୍ରୀ ସ୍ମିତାରାଣୀ ସାହୁ ପ୍ରଥମ, ସେମ୍‌ଫଡ୍‌ ଫିଉଚରିଷ୍ଟିକ୍‌ ସ୍କୁଲ୍‌ର ଛାତ୍ର ସୁସଂପ୍ରତି ମେହେର ଦ୍ୱିତୀୟ, ବିକାଶ ଭେଲି ବିଦ୍ୟାଳୟର ସୁଶ୍ରୀ କର ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି । ସେହିପରି ବକ୍ତୃତା ପ୍ରତିଯୋଗିତା ସିନିଅର୍‌ ଗ୍ରୁପ୍‌ରେ ରାଜେନ୍ଦ୍ର ୟୁନିଭର୍‌ସିଟିର ଛାତ୍ରୀ ପ୍ରତିଶ୍ରୁତି ନାୟକ ପ୍ରଥମ, ରାଜେନ୍ଦ୍ର ୟୁନିଭର୍‌ସିଟିର ଛାତ୍ର ସୋମ୍‌ ମିଶ୍ର ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ସେନ୍‌ଚୁରିଆନ୍‌ ପବ୍ଲିକ୍‌ ସ୍କୁଲ୍‌ ଛାତ୍ରୀ ଅର୍ପିତା ମିଶ୍ର ରହିଛନ୍ତି । ତେବେ ଉପରିସ୍ଥ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଆସନ୍ତା ୧୦ ତାରିଖ ଦିନ ସାଢେ଼ ୧୦ଟା ସମୟରେ ବଲାଙ୍ଗିର ଟାଉନ୍‌ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହେବାକୁ ଥିବା ‘କୋଶଳ ପ୍ରବାହ’ର ୨୪ତମ ବାର୍ଷିକୋତ୍ସବରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯିବ ।

Leave A Reply

Your email address will not be published.