oom

୨୪ କୁଣ୍ଡୀୟ ଗାୟିତ୍ରୀ ମହାଯଜ୍ଞ ଉପଲକ୍ଷେ ଭୁମିପୂଜନ ଓ ଦେବ ଦମ୍ପତି ସମ୍ମିଳନୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରଵନ୍ଧ ବ୍ଲକ ବିଳାସପୁର ଗ୍ରାମ ପଞ୍ଚାୟତ ଅର୍ନ୍ତଗତ ଇସ୍କିନ୍ଦା ଗ୍ରାମରେ ୨୪ କୁଣ୍ଡିୟ ଗାୟିତ୍ରୀ ମହାଯଜ୍ଞ ନିମନ୍ତେ ଭୂମି ପୂଜନ ଓ ଦେବ ଦମ୍ପତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଝାରବନ୍ଧ ବ୍ଲକ ଅନ୍ତର୍ଗତ ଇସ୍କିନ୍ଦା ଗ୍ରାମରେ ୨୪ କୁଣ୍ଡିୟ ଗାୟିତ୍ରୀ ମହାଯଜ୍ଞ କରିବା ନିମନ୍ତେ ଆସନ୍ତା ତା. ୨୬/୧/୨୦୨୫ ରିଖରୁ ତା. ୨୯/୧/୨୦୨୫ ରିଖ ପର୍ଯ୍ୟନ୍ତ ଇସ୍କିନ୍ଦା ଗ୍ରାମରେ ୨୪ କୁଣ୍ଡିୟ ଯଜ୍ଞ କରାଯିବ । ଏହି ଯଜ୍ଞ ନିମନ୍ତେ ସଂକଳନ ଭାଗବତିଆ ବରିହା, ଇଶ୍ଵର ନାୟକ, ଗୌତମ ଚାକ, ରାମ କୃଷ୍ଣ ମେହେର, ଅଇତ ରାମ ବରିହା. ନୂଆପଡା ଯୋନ ଆବାହକ ଜୟରାମ ସବର, ଉପ ସଂଯୋଜକ ସମେଶ ଦେବାଙ୍ଗନଙ୍କ ତତ୍ତ୍ୱାବଧାନରେ ସିନାପାଲିରୁ ଉକ୍ତ ପୂଜନରେ ଶାନ୍ତି କୁଞ୍ଜ ପ୍ରତିନିଧି ହିସାବରେ ସିନାପାଲିର ଗାୟତ୍ରୀ ଶକ୍ତି ପୀଠର‌ ତରୁଣ ମେହେର ପେଟି ବାଦକ ଦୁବେ ନାୟକ ତ୍ରିନାଥ ମେହେର, ହାରାଧନ କେଶବ ମେହେର, ସଂଗୀତ ସନ୍ତୋଷ ନାୟକ, ତବଳା ବାଦକ ଖଗପତି ମେହେର, ଶୁକଦେବ, ଜିତେନ୍ଦ୍ର ମେହେର, ପେଟି ହରେକୃଷ୍ଣ ମେହେର, ଟୋଲି ହିସାବରେ ଭୂମି ପୂଜନ ଓ ଦେବ ଦମ୍ପତି ସମ୍ମିଳନୀ ସଂପୂର୍ଣ୍ଣ ରୂପେ ସହଯୋଗ କରିଥିଲେ । ଏଥିରେ ୭୫ ଜଣ ଦେବ ଦମ୍ପତିଙ୍କ ରେଜିଷ୍ଟ୍ରେସନ କରାଯାଇଥିଲା । ଆଗାମୀ ଦିନରେ ହେବାକୁ ଥିବା ଗାୟତ୍ରୀ ମହାଯଜ୍ଞରେ ମୁଣ୍ଡନ, ବିଦ୍ୟାରମ୍ଭ, ଅନ୍ନପ୍ରାଶନ୍ନ, ଗର୍ଭ ସଂସ୍କାର, ନାମକରଣ, ସଂସ୍କାର ଆଦି ନିଶୁଳ୍କ ଭାବରେ କରାଯିବ । ଏହି ଭୂମି ପୂଜନ ଉତ୍ସବରେ ଇସ୍କିନ୍ଦା ଗ୍ରାମର ସମସ୍ତ ଗାୟତ୍ରୀ ପରିବାର ହରିଜନମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.