୩ ଗଣ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌

କେନ୍ଦୁଝର : ୨୦୧୭ ମସିହାରେ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଥିବା ଗଣ ଦୁଷ୍କର୍ମ ମାମଲାର ଆଜି ରାୟ ପ୍ରକାଶ ପାଇଛି । ୩ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ଜରିମାନା କରିଛନ୍ତି । କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି । ୨୦୧୭ ମସିହା ଜୁଲାଇ ମାସରେ ବିଶ୍ରାଥାନା ଅଞ୍ଚଳରେ ଜଣେ ମହିଳା କ୍ଷେତରୁ କାମସାରି ଘରକୁ ଫେରୁଥିଲା । ଏହି ସମୟରେ ନିମିଳିଆ ଲାକ୍ରା, ରାଜେଶ ଲାକ୍ରା ଓ ଅଜିତ ଗୁଡ଼ିଆ ତାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ନିକଟସ୍ଥ ଜଙ୍ଗଲରେ ଗଣ ଦୁଷ୍କର୍ମ କରିଥିଲେ । ଏନେଇ ଅଭିଯୋଗ ହେବା ପରେ ବିଶ୍ରା ଥାନା ପୁଲିସ ୩୭୬(D) ଓ ୫୦୬ ଦଫାରେ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ହେଲେ ପଶ୍ଚିମ ଓଡ଼ିଶାରେ ଆଇନ୍‌ଜୀବୀଙ୍କ ଧର୍ମଘଟ ଯୋଗୁ ମାମଲା କୋର୍ଟକୁ ଯାଇପାରି ନଥିଲା । ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ମାମଲାକୁ କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ କୋର୍ଟକୁ ସ୍ଥାନାନ୍ତରିତ କରାଯାଇଥିଲା । ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି । କେନ୍ଦୁଝର ସେସନ କୋର୍ଟ ଜଜ୍‌ ୧୩ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ୩ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି । ଏଥି ସହିତ ୫୦୦୦ ଟଙ୍କା ଲେଖାଏଁ କୋର୍ଟ ଜରିମାନା କରିଛନ୍ତି। ତେବେ ଜରିମାନା ଅର୍ଥ ଅନାଦେୟ ହେଲେ ଅଧିକ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ ବୋଳି କହିଛନ୍ତି । ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ ବୋଳି କହିଛନ୍ତି ।

Leave A Reply

Your email address will not be published.