oum

ଆମ୍ବୁଲାନ୍ସରୁ ଜବତ ହେଲା ୧୫୦ ଲିଟର ଦେଶୀ ମଦ : ଜଣେ ଗିରଫ

jsm

ଖୋର୍ଦ୍ଧା, (ସୁଶାନ୍ତ ସାହୁ) : ଆମ୍ବୁଲାନ୍ସରୁ ଜବତ ହେଲା ୧୫୦ ଲିଟର ଦେଶୀ ମଦ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ସକାଳେ କିଛି ଅସାମାଜିକ ବ୍ୟକ୍ତି ଆମ୍ବୁଲାନ୍ସରେ ଦେଶୀ ମଦ ନେଉଥିବା ପୋଲିସକୁ କୌଣସି ଏକ ସୂତ୍ରରୁ ଖବର ମିଲିଥିଲା । ତେବେ ଖବର ପାଇ ଖୋର୍ଦ୍ଧା ଟାଉନ ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ସକ୍ରିୟ ହୋଇଉଠିଥିଲା । ସନ୍ଦେହ କରି ହଳଦିଆ ହାଟ ଛକ ନିକଟରେ ସେହି ଆମ୍ବୁଲାନ୍ସଟିକୁ ଅଟକାଇ ପୋଲିସ ତଦନ୍ତ କରିଥିଲା । ତଦନ୍ତ ବେଳେ ସେହି ଆମ୍ବୁଲାନ୍ସରେ ୧୫୦ ଲିଟରର ଦେଶୀ ମଦ ଥିବା ପୋଲିସ ଦେଖିବାକୁ ପାଇଥିଲା । ତେବେ ମଦ ବୋଝେଇ ଆମ୍ବୁଲାନ୍ସକୁ ପୋଲିସ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି। ଡ୍ରାଇଭର ଜଣଙ୍କ ହେଉଛନ୍ତି କଟକ ଜିଲ୍ଲା ଆଠଗଡ ଅଞ୍ଚଳର ସରୋଜ କୁମାର ତ୍ରିପାଠୀ । ତାଙ୍କ ବିରୁଦ୍ଧରେ ଟାଉନ ଥାନାରେ କେସ ନମ୍ବର ୨୦୯/୨୧ରେ ମାମଲା ରୁଜୁ ହୋଇଛି ବୋଲି ଖୋର୍ଦ୍ଧା ଟାଉନ ଥାନାଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.