ls

ସୁବର୍ଣ୍ଣପୁର ପ୍ରଶାସନ ତରଫରୁ କୋଭିଡ ସଂକ୍ରମଣକୁ ପ୍ରତିହତ ନିମନ୍ତେ ଡୁଙ୍ଗୁରିପାଲି ବ୍ଲକ ମୁଖ୍ୟ ଦପ୍ତରରେ ୧୪୪ ଧାରା ଜାରି

sb

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରାଜ୍ୟରେ କରୋନା ଭୁତାଣୁର ନୂତନ ପ୍ରତିରୂପର ଦୃତ ଓ କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣର ପ୍ରତିରୋଧ ପାଇଁ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଏହି ମର୍ମରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନଙ୍କ ଆଦେଶନାମା ସଂ.୨୬୫ ତା୨୪/୦୪/୨୧ ରିଖ ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ମୁଖ୍ୟ ଦପ୍ତରରେ ତା୨୫/୦୪/୨୧ ଠାରୁ ଜିଲ୍ଲା-ପ୍ରଶାସନ ତରଫରୁ ୧୪୪ ଧାରା ଜାରି କରାଯିବା ସହିତ ଜାରି କରଫୁ ନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏହି ୧୪୪ ଧାରା ଆସନ୍ତା ତା୨୫/୦୪/୨୧ରିଖରୁ ଲାଗୁହେବ । ପ୍ରକାଶିତ ନିର୍ଦ୍ଦେଶାବଳୀ ଅନୁସାରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଅଗ୍ନିଶମ ସେବା ଏବଂ ଅନ୍ୟାନ୍ୟ ସଂଶ୍ଳିଷ୍ଟ ଅନୁଷ୍ଠାନରେ କାର୍ୟ୍ୟରତ ଅଧିକାରୀ ଓ କର୍ମଚାରୀ, ଚିକିତ୍ସାଳୟ, କ୍ଲିନିକ୍‌, ନସିଂହୋମ୍‌, ଔଷଧ ବ୍ୟବସାୟ, ଆମ୍ବୁଲାନ୍ସ ଏବଂ ସ୍ୱାସ୍ଥ୍ୟ ସେବା ସହିତ ସଂଶ୍ଳିଷ୍ଟ ଅନୁଷ୍ଠାନରେ କାର୍ୟ୍ୟରତ ଅଧିକାରୀ, ଜଳ ଯୋଗାଣ, ପରିମଳ, ରନ୍ଧନ ଗ୍ୟାସ୍, ଆଦି ଜରୁରୀକାଳୀନ ସେବା ସହିତ ସଂଶ୍ଳିଷ୍ଟ ଅନୁଷ୍ଠାନରେ କାର୍ୟ୍ୟରତ ଅଧିକାରୀ ଓ କର୍ମଚାରୀ, ଶିଳ୍ପ ସଂସ୍ଥାରେ କାର୍ୟ୍ୟରତ ଅଧିକାରୀ ଓ କର୍ମଚାରୀ ଓ ନିର୍ମାଣ କାର୍ୟ୍ୟ ସହିତ ସଂଶ୍ଲିଷ୍ଟ ଅଧିକାରୀ, କର୍ମଚାରୀ ଓ ଶ୍ରମିକ ଏବଂକାର୍ୟ୍ୟରତ କର୍ମଚାରୀ ଓ ଜିଲ୍ଲା ପୋଲିସ୍ ପ୍ରଶାସନ ଦ୍ଵାରା ପ୍ରାଧୀକୃତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କଟକଣାରୁ ମୁକ୍ତ ରଖାଯାଇଛି । କିନ୍ତୁ ଏହି ବର୍ଗର ବ୍ୟକ୍ତିବିଶେଷଙ୍କ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ସ୍ୱତନ୍ତ୍ର ଅନୁମତି ପତ୍ର ପ୍ରଦାନ କରାଯିବ ନାହିଁ । ସମ୍ପୃକ୍ତ ବ୍ୟକ୍ତିବିଶେଷ ସେମାନଙ୍କ ଅନୁଷ୍ଠାନ ଦ୍ବାରା ପ୍ରଦତ୍ତ ପରିଚୟ ପତ୍ର, ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେବା ସହିତ ଯାତ୍ରା ସମ୍ପର୍କୀତ ଯାନ ଟିକଟ, ଚିକିତ୍ସା ସହିତ ଜଡ଼ିତ ଆବଶ୍ୟକୀୟ କାଗଜପତ୍ର ଆଦି ଯାଞ୍ଚ ସମୟରେ ପ୍ରଦର୍ଶନ କରିବାକୁ ହେବ । ଏତଦ୍‌ବ୍ୟତୀତ ଏହି ଅବଧିରେ ଏଟିଏମ୍, ପେଟ୍ରୋଲ୍ ପମ୍ପ ଏବଂ ଜାତୀୟ ଓ ରାଜ୍ୟ ବିଦ୍ୟୁତ, ଦୂର ସଞ୍ଚାର, ଜଳ ଯୋଗାଣ କର୍ମଚାରୀ, ସେହିପରି ଗ୍ରୋସରୀ, ପନିପରିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ, ଖାଦ୍ୟ ପ୍ରଭୁତିର ହୋମ ଡେ଼ଲିଭରି ଯୋଗାଣ, ମଣ୍ଡିକୁ କଟକଣା ମୁକ୍ତ କରାଯାଇଛି । ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରାଧୀକୃତ ଅଧିକାରୀଙ୍କ ଅନୁମତି କ୍ରମେ ବିବାହ ଓ ଅତ୍ୟେଷ୍ଟିକ୍ରିୟା ଆୟୋଜନ ହୋଇପାରିବ । ପବ୍ଲିକ ଟ୍ରାନ୍ସପୋର୍ଟ, ବ୍ୟକ୍ତିଗତ ଯାନ ଓ ଟେକ୍ସି, ପ୍ରଭୁତି ଏୟାରପୋର୍ଟ, ରେଲୱେ ଷ୍ଟେସନ ଏବଂ ବସ ଟର୍ମିନାଲକୁ ଯାତ୍ରୀ ଯିବା ଆସିବା ନିମନ୍ତେ ମୁକ୍ତ ରହିବ । ଏହି ଅବଧିରେ କୌଣସି ସ୍ଥାନରେ ଏକକାଳୀନ ୫ ଜଣ ଲୋକରୁ ଉର୍ଦ୍ଧ ଏକାଠି ରହିପାରିବେ ନାହିଁ । ଜନ ସାଧାରଣ କୋଭିଡ ସଂକ୍ରମଣ କୁ ପ୍ରତିହତ କରିବାକୁ ସାମାଜିକ ଦୂରତା ରଖୁବା ସହିତ ମାସ୍କ ପରିଧାନ, ନିୟମିତ ବ୍ୟବଧାନରେ ହାତକୁ ସାନିଟାଇଜ କରିବାକୁ ଅନୁରୋଧ କରାଯିବା ସହ ଏହି କାର୍ୟ୍ୟକ୍ରମରେ ସହଯୋଗ କରିବାକୁ ଅନୁରୋଧ କରାଯାଉଛି ।

pc pk
Leave A Reply

Your email address will not be published.