oom

ସେଣ୍ଟ୍ରାଲ ବ୍ୟାଙ୍କର ୧୧୪ତମ ପ୍ରତିଷ୍ଠା ଦିବସ ପାଳିତ

jsmm

କଟକ/ବାରଙ୍ଗ, (କେପିଏନ୍‌ଏସ୍‌) : ବିଏମ୍‌ସି ଅନ୍ତର୍ଗତ ଫୁଲନଖରା ଠାରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କର ୧୧୪ତମ ପ୍ରତିଷ୍ଠା ଦିବସ ବ୍ୟାଙ୍କ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ୟାଙ୍କର ଗ୍ରାହକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବ୍ୟାଙ୍କ ପରିଚାଳିକା ସୁଶ୍ରୀ ସରସ୍ୱତୀ ମୁର୍ମୁ ସଭାପତିତ୍ୱ କରିଥିବା ବେଳେ ସାମ୍ମାନିତ ଅତିଥି ଭାବେ କଟକ ଆଇଟିସି କଲେଜର ଅଧକ୍ଷ କ୍ଷୀରୋଦ ଚନ୍ଦ୍ର ରାଉତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଗ୍ରାହକମାନଙ୍କୁ ବ୍ୟାଙ୍କର ଉତ୍ତମ ସେବା ବାବଦରେ ଅବଗତ କରାଇଥିଲେ । ବ୍ୟାଙ୍କର ବ୍ୟବସାୟ ଭଲ ହେବାକୁ ହେଲେ ଷ୍ଟାଫ ମାନଙ୍କର ଦାୟିତ୍ୱବୋଧ ଭଲ ହେବାକୁ ପଡିବ ବୋଲି ମତପୋଷଣ କରିଥିଲେ । ଏହି ବ୍ୟାଙ୍କର ଉତ୍ତମ ଗ୍ରାହକମାନଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପ୍ରତିଷ୍ଠା ଉତ୍ସବକୁ ବ୍ୟାଙ୍କର ପ୍ରିୟବ୍ରତ ପ୍ରଧାନ, ସୌମ୍ୟପ୍ରସାଦ ଦାଶ, ସତ୍ୟବ୍ରତ ସାହୁ, କାର୍ଯ୍ୟକ୍ରମ କରିଥିଲା ବେଳେ ଗ୍ରାହକ ରବୀନ୍ଦ୍ର ଷଡ଼ଙ୍ଗୀ, ସଂଯୁକ୍ତା ସ୍ୱାଇଁ, ଗୀତାଞ୍ଜଳି ମିଶ୍ର, ଅମୂଲ୍ୟ କୁମାର ପଟ୍ଟନାୟକ, ଜଗବନ୍ଧୁ ସାହୁ, ଲକ୍ଷ୍ମୀଧର ସ୍ୱାଇଁ, ଦିବ୍ୟଜ୍ୟୋତି ମହାନ୍ତି, ବିଶ୍ୱରଂଜନ ଦାସଙ୍କ ସହ ୧୦୦ରୁ ଅଧିକ ଗ୍ରାହକ ଉପସ୍ଥିତ ଥିଲେ । ପରିଶେଷରେ ପ୍ରତାପ ନଗରୀ ସ୍ଥିତ ପ୍ରିମିୟର ହ୍ୟୁଣ୍ଡାଇ ତରଫରୁ ଆୟୋଜିତ କାର୍‌ ପ୍ରଦର୍ଶନୀକୁ ଗ୍ରହକମାନେ ବୁଲି ଦେଖିଥିଲେ ।

jittmm
Leave A Reply

Your email address will not be published.