
ଭୁବନେଶ୍ୱର, ୧/୮ (କେପିଏନ୍ଏସ୍) : ଆଜି ରାଜ୍ୟରେ ୧୬୦୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୯୯୩ ଜଣ ସଂଗରୋଧ କେନ୍ଦ୍ରରୁ ଓ ୬୦୯ ଜଣ ଲୋକାଲ୍ ରହିଛନ୍ତି । ରାଜ୍ୟରେ ୨୯ଟି ଜିଲ୍ଲାରୁ ଆଜି ସଂକ୍ରମିତ ଚିହ୍ନଟ ହୋଇଥିବା କୁହାଯାଇଛି । ସରକାରୀ ରିପୋର୍ଟ ଅନୁସାରେ ଆଜି ଗଂଜାମରୁ ୩୦୮, ଅନୁଗୁଳରୁ ୧୫, ବାଲେଶ୍ୱରରୁ ୨୯ ବରଗଡ଼ରୁ ୧୩, ଭଦ୍ରକରୁ ୨୦, ବଲାଙ୍ଗିରରୁ ୩୮, ବୌଦ୍ଧରୁ ୯, କଟକରୁ ୫୪, ଢେଙ୍କାନାଳରୁ ୪୯, ଗଜପତିରୁ ୧୦୮, ଜଗତସିଂହପୁରରୁ ୧୯, ଯାଜପୁରରୁ ୪୪, ଝାରସୁଗୁଡ଼ାରୁ ୭, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୪୫, କେନ୍ଦ୍ରାପଡ଼ାରୁ ୧୫, କେଉଁଝରରୁ ୩୧, ଖୋର୍ଦ୍ଧାରୁ ୨୮୫, କୋରାପୁଟରୁ ୪୬, ମାଲକାନଗିରିରୁ ୩୦, ମୟୁରଭଂଜରୁ ୩୯, ନବରଙ୍ଗପୁରରୁ ୯, ନୟାଗଡ଼ରୁ ୩୩, ନୂଆପଡ଼ାରୁ ୫, ପୁରୀରୁ ୫୦, ରାୟଗଡ଼ାରୁ ୧୬୪, ସମ୍ବଲପୁରରୁ ୩୯, ସୋନପୁରରୁ ୬ ଏବଂ ସୁନ୍ଦରଗଡ଼ରୁ ୬୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିଯାଏଁ ସମୁଦାୟ ୫୨୮୭୦୮ ଜଣଙ୍କ ସ୍ୱାବ୍ ଟେଷ୍ଟ ହୋଇଥିବା ବେଳେ ୩୩୪୭୯ ଜଣ ପୋଜିଟିଭ୍ ବାହାରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୨୦୫୧୭ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏକ୍ଟିଭ୍ ପୋଜେଟିଭ୍ ସଂଖ୍ୟା ଏବେ ୧୨୭୩୭ । (ଟେଷ୍ଟ୍)