ରୋବର୍ଟ ସୃଷ୍ଟି କଲା ବିଶ୍ୱ ରେକର୍ଡ : ମାତ୍ର ୧୯.୮୭ ସେକେଣ୍ଡରେ ଶେଷ କଲା ୧୦୦ମିଟର ଦୌଡ

ନୂଆଦିଲ୍ଲୀ : ଦକ୍ଷିଣ କୋରିଆର ଡେଜିଆନ୍‌ ସ୍ଥିତ କୋରିଆ ଆଡଭାନ୍ସଡ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ଡାଇନାମିକ୍ ରୋବଟ୍ କଣ୍ଟ୍ରୋଲ୍ ଏବଂ ଡିଜାଇନ୍ ଲାବୋରେଟୋରୀ ସହଯୋଗରେ ହାଉଣ୍ଡ ନାମକ ଏକ ୪ ଗୋଡ଼ ବିଶିଷ୍ଟ ରୋବଟ୍ ତିଆରି କରିଥିଲା । ଏହି ରୋବଟ୍ ଏକ ରେସ୍‌ରେ ଦୌଡି ବିଶ୍ୱ ରେକର୍ଡ ସୃଷ୍ଟି କରିଛି । ହାଉଣ୍ଡ ୧୦୦ମିଟର ଦୌଡକୁ ମାତ୍ର ୧୯.୮୭ ସେକେଣ୍ଡରେ ଶେଷ କରିଛି । ଗିନିଜ୍ ୱାର୍ଲ୍ଡ ରେକର୍ଡ ଅନୁଯାୟୀ ହାଉଣ୍ଡ ନାମକ ଏହି ରୋବଟ୍ ଘଣ୍ଟାପ୍ରତି ୧୮.୧୨ କିଲୋମିଟର ବେଗରେ ଦୌଡିଥିଲା ​​ଏବଂ ରେସ୍‌ରେ ଥିବା ଅନ୍ୟ ରୋବଟ୍ ଗୁଡ଼ିକୁ ପଛରେ ପକାଇଥିଲା । ହାଉଣ୍ଡ ହେଉଛି ଏକମାତ୍ର ରୋବଟ୍ ଯାହା ଦୁନିଆର ଯେକୌଣସି ରୋବଟ୍‌ଠାରୁ ଅଧିକ ଦ୍ରୁତ ଗତିରେ ଦୌଡିପାରେ । ଏହି ରୋବଟର ଓଜନ ପ୍ରାୟ ୪୫ କିଲୋଗ୍ରାମ । ଏହି ରୋବଟ୍ ଦେଖିବାକୁ ଏକ ବଡ ବୁଲଡଗ୍ ପରି । ଦ୍ରୁତଗତିରେ ଦୌଡିବା ପାଇଁ ଏହାର ଗୋଡକୁ ଡିଜାଇନ୍ କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ରୋବର୍ଟ ଦୌଡିବା ସମୟରେ ଶୀଘ୍ର ପଡିଯାଏନି । ଏହି ରୋବଟ୍ କେବଳ ଦୌଡିବାରେ ମାହିର ନୁହେଁ ବରଂ ଉଚ୍ଛା ସ୍ଥାନରୁ ମଧ୍ୟ ତଳକୁ ଓହ୍ଲାଇପାରେ । ଏହା ବ୍ୟତୀତ ଅତିକ୍ରମରେ ୩୫ ସେ.ମି ଉଚ୍ଚକୁ ଡେଇଁ ମଧ୍ୟ ପାରିଥାଏ ।

Leave A Reply

Your email address will not be published.