om academy

ପାକିସ୍ତାନରେ ୧୬ ବର୍ଷର ନାବାଳିକା ଗଣଦୁଷ୍କର୍ମର ଶିକାର : ଭିଡିଓ ଭାଇରାଲ

jsm

ଇସଲାମାବାଦ : ପାକିସ୍ତାନର ଡେରା ଇସମାଇଲ ଖାନ ସହରରୁ ଆଉ ଏକ ଲଜ୍ଜାଜନକ ଘଟଣା ସାମ୍‌ନାକୁ ଆସିଛି । ଦୁର୍ବୃତ୍ତ ମାନେ ଜଣେ ୧୬ ବର୍ଷ ବୟସ୍କା ନାବାଳିକାଙ୍କୁ କେବଳ ବଳାତ୍କାର ଓ ନିର୍ୟାତନା ଦେଇନଥିଲେ, ବରଂ ଏହି ଘଟଣାର ସୁଟିଂ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ । ଡେରା ଇସମାଇଲ ଖାନ ଜିଲ୍ଲା ପୋଲିସ ଅଧିକାରୀ (ଡିପିଓ) ନଜମୁଲ ହସ୍‌ନୈନ କହିଛନ୍ତି ଯେ, ପବିତ୍ର ରମଜାନ ମାସରେ ଏହି ଘଟଣା ଘଟିଛି । ଏହି ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବା ପରେ ପୀଡ଼ିତାଙ୍କ ବାପା ଏହି ଘୃଣ୍ୟ ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ ।

ହସ୍‌ନୈନ କହିଛନ୍ତି, ଏହି ଘଟଣା ଶାମୋଜାଇ ଅଞ୍ଚଳରେ ଘଟିଛି, ଯେଉଁଠାରେ ପାଞ୍ଚ ଜଣ ଅଭିଯୁକ୍ତ ଜଣେ ୧୬ ବର୍ଷର ନାବାଳିକାଙ୍କୁ ବଳାତ୍କାର କରିଛନ୍ତି । ପୀଡିତାଙ୍କୁ ଏକ ଉଦାହରଣ ଭାବରେ ଉପସ୍ଥାପନ କରିବାକୁ ସେମାନେ ଏହି ଲଜ୍ଜାଜନକ କାର୍ୟ୍ୟର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି । ଏହି ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବା ମାତ୍ରେ ପୀଡିତାଙ୍କ ବାପା ପୋଲିସକୁ ଜଣାଇ ପାଞ୍ଚ ଅଭିଯୁକ୍ତଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲେ । ପାଞ୍ଚ ଅଭିଯୁକ୍ତ ଚିହ୍ନଟ ହେବା ପରେ ମଧ୍ୟ ପୋଲିସ ଏପର୍ୟ୍ୟନ୍ତ କାହାରିକୁ ଗିରଫ କରିପାରି ନଥିବା କୁହାଯାଇଛି ।

Leave A Reply

Your email address will not be published.