ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ଆନ୍ଦୋଳନଜୀବୀ’ ବିବୃତ୍ତି ଉପରେ ରାକେଶ ଟିକାୟତଙ୍କ ଉତ୍ତର : ଏଲ.କେ ଆଡଭାନୀଙ୍କ ରାମମନ୍ଦିର ଆନ୍ଦୋଳନ ବିଷୟ ଉଲ୍ଲେଖ କଲେ

ବାହାଦୁରଗଡ : କୃଷି ଆଇନ ବିରୋଧରେ କୃଷକଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି । ଏହି ଆନ୍ଦୋଳନକୁ ଏକ ଧାରା ଏବଂ ସମର୍ଥନ ଦେବା ପାଇଁ କୃଷକ ନେତାମାନେ ମହାପଂଚାୟତ ଆୟୋଜନ କରୁଛନ୍ତି । ଉତ୍ତରପ୍ରଦେଶ, ପଂଜାବ ଏବଂ ହରିୟାଣାରେ କୃଷକଙ୍କ ମହାପଂଚାୟତ ଚାଲିଛି । ଆଜି ୟୁନାଇଟେଡ୍ କିସାନ୍ ମୋର୍ଚ୍ଚା ହରିୟାଣାର ବାହାଦୁରଗଡରେ ଏକ କିସାନ୍ ମହାପଞ୍ଚାୟତ ଡକାଇଥିଲା, ଯେଉଁଥିରେ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ । ମହାପଂଚାୟତରେ ମହିଳାମାନଙ୍କର ଜବରଦସ୍ତ ଅଂଶଗ୍ରହଣ ରହିଥିଲା । ମହାପଂଚାୟତରେ କୃଷକ ନେତା ରାକେଶ ଟିକାୟତ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ଭାରତ କିସାନ ୟୁନିଅନର ଆଗୁଆ କୃଷକ ନେତା ତଥା ମୁଖପାତ୍ର ରାକେଶ ଟିକାୟତ ବାହାଦୁରଗଡର କହିଛନ୍ତି, ଆମେ ଏଭଳି ମହାପଞ୍ଚାୟତ ପାଳନ କରିବା ଜାରି ରଖିବୁ । ଏହି ପଞ୍ଚାୟତ ଲୋକଙ୍କୁ ଯୋଡିବା ପାଇଁ କାର୍ୟ୍ୟ କରୁଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମେ ଆନ୍ଦୋଳନଜୀବୀ । ମହାତ୍ମା ଗାନ୍ଧୀ ମଧ୍ୟ ଥିଲେ, ଏଲ.କେ ଆଡଭାନୀ ମଧ୍ୟ ଥିଲେ, ସେ ମଧ୍ୟ ରାମ ମନ୍ଦିରରେ ଉତ୍ତେଜିତ ହୋଇଥିଲେ ।

ଟିକାୟତ କହିଛନ୍ତି ଯେ, ବିଜେପି ନେତାମାନେ ଲିଖିତ ଆକାରରେ ଦେଇପାରିବେ କି ସେମାନେ କେବେ ଆନ୍ଦୋଳନ କରିବେ ନାହିିଁ କି ରେଳ ଚଳାଚଳ ବନ୍ଦ କରିବେ ନାହିଁ । ଆମେ ଏଠାରେ ନିର୍ବାଚନ ବିଷୟରେ କହୁନାହୁଁ । ଆମେ କୃଷକମାନଙ୍କ ବିଷୟରେ କହୁଛୁ ।

କୃଷି ଆଇନ ସମ୍ପର୍କରେ ସରକାରଙ୍କ ସହ କଥାବାର୍ତ୍ତା ପ୍ରଶ୍ନରେ କୃଷକ ନେତା ଟିକାୟତ କହିଛନ୍ତି ଯେ, ଯଦି ସରକାର ଡାକନ୍ତି, ତେବେ ଆମେ ଯିବୁ । ସେ ଆହୁରି କହିଛନ୍ତି କେଉଁ ଫୋନ୍ ନମ୍ବର ମୋଦୀ ଜୀଙ୍କର, ମୁଁ ଜାଣେ ନାହିଁ । କୃଷକ ଆନ୍ଦୋଳନକୁ ନେଇ ସଂସଦରେ ଦେଇଥିବା ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ଦିନ ‘ଆନ୍ଦୋଳନଜୀବୀ’ ଶବ୍ଦ ବ୍ୟବହାର କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ କିଛି ଦିନ ହେବ ଦେଶରେ ଏକ ନୂତନ ଦଳ ‘ଆନ୍ଦୋଳନଜୀବୀ’ ଜନ୍ମ ନେଇଛନ୍ତି, ଯାହା ବିନା ଆନ୍ଦୋଳନ ବିନା ବଞ୍ଚିପାରିବ ନାହିଁ ।

Leave A Reply

Your email address will not be published.