ୟୁନାଇଟେଡ୍ କିସାନ୍ ମୋର୍ଚ୍ଚା ଜାନୁଆରୀ ୩୧ ରେ ‘ବିଶ୍ୱାସଘାତକତା ଦିବସ’ ପାଳନ କରିବ, ଜିଲ୍ଲା ତଥା ବ୍ଲକ ସ୍ତରରେ ବିରୋଧ ପ୍ରଦର୍ଶନ ହେବ

ନୂଆଦିଲ୍ଲୀ : ଜିଲ୍ଲା ତଥା ବ୍ଲକ ସ୍ତରରେ ବ୍ୟାପକ ବିରୋଧ ପ୍ରଦର୍ଶନ ସହ ୟୁନାଇଟେଡ୍ କିସାନ୍ ମୋର୍ଚ୍ଚା ଜାନୁଆରୀ ୩୧ ଦିନ ସାରା ଦେଶରେ ‘ବିଶ୍ୱାସଘାତକତା ଦିବସ’ ପାଳନ କରିବ ବୋଲି ଘୋଷଣା କରାଯାଇଛି । ସମନ୍ୱୟ କମିଟି ବୈଠକ ପରେ କୃଷକ ସଂଗଠନର ଏସକେଏମ ଏକ ବିବୃତ୍ତିରେ କହିଛି ଯେ, ଫ୍ରଣ୍ଟ ସହ ଜଡିତ ସମସ୍ତ କୃଷକ ସଂଗଠନ ଏହି ଡ଼ାକରାକୁ ଅତି ଉତ୍ସାହର ସହିତ ଗ୍ରହଣ କରିବେ । ଆଶା କରାଯାଉଛି ଯେ, ଏହି କାର୍ଯ୍ୟକ୍ରମ ଅତି କମରେ ୫୦୦ ଜିଲ୍ଲାରେ ଆୟୋଜିତ ହେବ । ଜାନୁଆରୀ ୩୧ ରେ ବିକ୍ଷୋଭ ପ୍ରଦର୍ଶନ ସହ କେନ୍ଦ୍ର ସରକାରଙ୍କୁ ଏକ ସ୍ମାରକପତ୍ର ମଧ୍ୟ ଦାଖଲ କରାଯିବ ବୋଲି ବିବୃତ୍ତିରେ କୁହାଯାଇଛି ।

ଜାନୁୟାରୀ ୧୫ ରେ ଅନୁଷ୍ଠିତ ସମୀକ୍ଷାବୈଠକରେ ୟୁନାଇଟେଡ୍ କିସାନ୍ ମୋର୍ଚ୍ଚା ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି । ସରକାର ସେମାନଙ୍କୁ ପ୍ରତାରଣା କରିଛନ୍ତି ବୋଲି କୃଷକମାନେ ଦାବୀ କରିଛନ୍ତି । ତିନୋଟି ବିବାଦୀୟ କୃଷି ଆଇନ ରଦ୍ଦ କରିବାକୁ ଦାବୀ କରି କୃଷକମାନେ ଏକ ବର୍ଷରୁ ଅଧିକ ସମୟ ଧରି ଆନ୍ଦୋଳନ କରିଥିଲେ । ଯଦି ଅନ୍ୟ ଦାବୀଗୁଡ଼ିକ ପୂରଣ ନହୁଏ, ତେବେ ଏହି ଆନ୍ଦୋଳନ ପୁନର୍ବାର ଆରମ୍ଭ ହୋଇପାରେ ବୋଲି ମଧ୍ୟ କୁହାଯାଇଛି ।

Leave A Reply

Your email address will not be published.