ଉତ୍ତର କୋରିଆ : କିମ ଜୋଙ୍ଗ ଉନ୍‌ଙ୍କ ପତ୍ନୀ ଏକ ବର୍ଷ ପରେ ଦେଖାଦେଲେ

ପ୍ୟୋଙ୍ଗୟାଙ୍ଗ୍‌ : ପ୍ରାୟ ଏକ ବର୍ଷ ପରେ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ-ଉନ୍‌ଙ୍କ ପତ୍ନୀ ରି ସୋଲ-ଜୋଙ୍କୁ ଦେଖିବାକୁ ମିଳିଛି । ସେ ତାଙ୍କ ସ୍ୱାମୀଙ୍କ ସହ ମଙ୍ଗଳବାର ଦିନ ଏକ ସାଧାରଣ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ । ଉତ୍ତର କୋରିଆର ଅଫିସିଆଲ୍ ନ୍ୟୁଜ୍ ଚ୍ୟାନେଲ ଅନୁଯାୟୀ, କିମ୍‌ଙ୍କ ପିତା ତଥା ଉତ୍ତର କୋରିଆର ପୂର୍ବତନ ନେତା କିମ ଜୋଙ୍ଗ-ଇଲ୍‌ଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ସେ ଏକ ଉତ୍ସବରେ ଯୋଗ ଦେଇଥିଲେ ।ଏହାପୂର୍ବରୁ ରି ସୋଲ-ଜୋ କିମ୍‌ ଜୋଙ୍ଗ-ଉନ୍‌ଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଉତ୍ସବରେ ନଜର ଆସିଥିଲେ । କିନ୍ତୁ ଗତ ବର୍ଷ ଜାନୁଆରୀରୁ ସେ ଆଉ ସାଧାରଣଙ୍‌ଙ୍କ ନଜର୍‌କୁ ଆସି ନଥିଲେ । ଏହି କାରଣରୁ ରି ସୋଲ-ଜୁଙ୍କ ସ୍ୱାସ୍ଥ୍ୟକୁ ନେଇ କଳ୍ପନା ଜଳ୍ପନା ଚାଲିଥିଲା ଏବଂ ତାଙ୍କ ଗର୍ଭଧାରଣ ବିଷୟରେ ମଧ୍ୟ ଆଲୋଚନା କରାଯାଉଥିଲା।

Leave A Reply

Your email address will not be published.