ଭୂକମ୍ପରେ ଥରିଲା ଆଣ୍ଡାମାନ

ନୂଆଦିଲ୍ଲୀ : ଆଜି ସକାଳେ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ୪.୧ ରେ ଭୂକମ୍ପର ତୀବ୍ରତା ମାପ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଏହି ସୂଚନା ଦେଇଛି । ଏନ୍‌ସିଏସ୍‌ କହିଛି ଯେ, ସକାଳ ୭.୫୩ ରେ ଆଣ୍ଡାମାନ ଦ୍ଵୀପରେ ଭୂକମ୍ପ ଅନୁଭୂତ ହୋଇଥିଲା । ଆଣ୍ଡାମାନରେ ହୋଇଥିବା ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷୟକ୍ଷତି ନଷ୍ଟ ହେବାର ଖବର ମିଳିନାହିଁ।

Leave A Reply

Your email address will not be published.