ଭାରତୀୟ ବାୟୁସେନା ଦେଶର ଦୂର ଦୂରାନ୍ତରେ କରୋନା ଟୀକା ବିତରଣ କରିବାକୁ ଯୋଜନା କରିଛି

ନୂଆଦି‌ଲ୍ଲୀ : ଦେଶର ବିଭିନ୍ନ ସ୍ଥାନକୁ କରୋନା ଟୀକା ପହଞ୍ଚାଇବା ପାଇଁ ଅଭ୍ୟାସ ଆରମ୍ଭ ହୋଇଛି । ଏଥିପାଇଁ ଭାରତୀୟ ବାୟୁସେନାର ସାହାଯ୍ୟ ନିଆଯାଇପାରେ । ଏହି ଟୀକାକୁ ଦୁର୍ଗମ ଅଞ୍ଚଳରେ ପହଞ୍ଚାଇବା ପାଇଁ C-130J ଏବଂ ଆଣ୍ଟୋନୋଭ -32 କାର୍ଗୋ ବିମାନ ସମେତ ବାୟୁସେନା ପରିବହନ ବିମାନ ବ୍ୟବହାର କରାଯିବ ।

ସରକାରୀ ଅଧିକାରୀମାନେ ୠଣମାଧ୍ୟମକୁ କହିଛନ୍ତି ଯେ, ଟୀକା ପରିବହନ ସମୟରେ ଆବଶ୍ୟକୀୟ ତାପମାତ୍ରା ବଜାୟ ରଖିବା ପାଇଁ ଟୀକା ଉତ୍ପାଦନକାରୀ ଏବଂ ଯୋଗାଣକାରୀମାନେ ସ୍ୱତନ୍ତ୍ର ପାତ୍ର ପ୍ରସ୍ତୁତ କରିଛନ୍ତି । ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଅରୁଣାଚଳ ପ୍ରଦେଶ ଏବଂ ଲଦାଖ ଭଳି ସ୍ଥାନ ପାଇଁ ବ୍ୟବହୃତ ହେବ ।

ଅଧିକାରୀମାନେ ଆହୁରି କହିଛନ୍ତି ଯେ, ବାୟୁ ଦ୍‌ଦ୍ୱାରା ଟୀକା ପରିବହନର ଏକ ପ୍ରମୁଖ ଅଂଶ ବାଣିଜ୍ୟିକ ବିମାନ ଦ୍ୱାରା କରାଯିବ । ସାମରିକ ଏୟାରଫିଲ୍ଡରେ ବାଣିଜ୍ୟିକ ବିମାନ ପାଇଁ ବାୟୁସେନା ମଧ୍ୟ ଅବତରଣ ସୁବିଧା ଯୋଗାଇବ । ବାୟୁସେନା ପରିବହନ ବିମାନ ଅରୁଣାଚଳ, ଲଦାଖ ଭଳି ରାଜ୍ୟଗୁଡିକର ଦୂର ବିମାନ କ୍ଷେତ୍ରକୁ ଟୀକା ଦେବା ପାଇଁ ବ୍ୟବହୃତ ହେବ ।

Leave A Reply

Your email address will not be published.