ଏବେ ମୁ‌କ୍ତ ବଜାରରେ ମିଳିବ ନାହିଁ କରୋନା ଟୀକା, କେବଳ ସରକାର କିଣି ଲୋକଙ୍କୁ ଯୋଗାଇବେ

ନୂଆଦି‌ଲ୍ଲୀ : ସାରା ଦେଶରେ କରୋନା ମହାମାରୀ ବିରୋଧରେ ଲଢେଇ ଚାଲିଥିବା ବେଳେ ଏବେ କରୋନା ଟୀକା ପହଂଚିଛି । ଏନେଇ କେନ୍ଦ୍ରସରକାରଙ୍କ ପକ୍ଷରୁ ଚଳିତ ମାସ ୧୬ ତାରିଖରୁ ଦେଶରେ ଟୀକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଟୀକାକରଣ ପୂର୍ବରୁ ନୀତି ଆୟୋଗ ବୁଧବାର ଦିନ ସ୍ପଷ୍ଟ କରିଛନ୍ତି ଯେ ଯେଉଁ ଭ୍ୟାକସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି, ସେହି କୋଭିଡ ଭ୍ୟାକସିନକୁ ବଜାରରେ ବିକ୍ରି ପାଇଁ ଅନୁମତି ମିଳିବ ନାହିଁ । ନୀତି ଆୟୋଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ ସିରମ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକର ଭ୍ୟାକସିନ ସେପର୍ୟ୍ୟନ୍ତ ବଜାରରେ ବିକ୍ରି ହୋଇପାରିବ ନାହିଁ, ଯେପର୍ୟ୍ୟନ୍ତ ସରକାର ଅନୁମତି ଦେଇନାହାନ୍ତି ।

Leave A Reply

Your email address will not be published.