‘ହର ଘର ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ‘ହର ଘର ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହା ସହ ଏହି ଅଭିଯାନରେ ବହୁ ସଂଖ୍ୟାରେ ସାମିଲ ହେବାକୁ ସେ ଜନସାଧାରଣଙ୍କୁ ଅପିଲ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାଧିନତା ଓ ତ୍ରିରଙ୍ଗାକୁ ସ୍ୱତନ୍ତ୍ର ଭାରତରେ ଉଡାଇବାର ସ୍ୱପ୍ନ ଦେଖୁଥିବା ବ୍ୟକ୍ତିଙ୍କ ସାହସ ଓ ପ୍ରୟାସକୁ ବି ମନେ ପକାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ‘ହର ଘର ତ୍ରିରଙ୍ଗା’ ଅଭିଯାନ ମାଧ୍ୟମରେ ୧୩-୧୫ ଅଗଷ୍ଟ ମଧ୍ୟରେ ତ୍ରିରଙ୍ଗା ଉଡାଇବାକୁ ଅପିଲ କରିଛନ୍ତି । ଇତିହାସକୁ ମନେ ପକାଇ ମୋଦୀ ଏକ ଟ୍ୱିଟ୍‌ କରିଛନ୍ତି । ତ୍ରିରଙ୍ଗା ସହ ଜଡିତ ସମିତିର ଡିଟେଲ ଶେୟାର କରିବା ସହ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦ୍ୱାରା ଉଡାଯାଇଥିବା ପ୍ରଥମ ତ୍ରିରଙ୍ଗାର ଫଟୋ ବି ଶେୟାର କରିଛନ୍ତି । ଏହି ଅବସରରେ ମୋଦୀ ଲେଖିଛନ୍ତି, ୨୨ ଜୁଲାଇ ଆମ ଇତିହାସରେ ମହତ୍ୱ ରଖେ । କାରଣ ଏହି ଦିନ ଭାରତୀୟ ରାଷ୍ଟ୍ରୀୟ ପତାକାକୁ ଗ୍ରହଣ କରାଯାଇଥିଲା । ମୋଦୀ ଆହୁରି ମଧ୍ୟ ଲେଖିଛନ୍ତି, ଚଳିତ ବର୍ଷ ଆମେ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ କରୁଛେ । ଆସନ୍ତୁ ଆମେ ପ୍ରତି ଘରେ ତ୍ରିରଙ୍ଗା ଆନ୍ଦୋଳନକୁ ମଜଭୁତ କରିବା । ୧୩-୧୫ ଅଗଷ୍ଟ ମଧ୍ୟରେ ତ୍ରିରଙ୍ଗା ଉଡାନ୍ତୁ ଅବା ନିଜ ନିଜ ଘରେ ଏହାକୁ ଉଡାନ୍ତୁ । ଏହି ଆନ୍ଦୋଳନ ଜାତୀୟ ପତାକା ସହ ଆମ ସମ୍ପର୍କକୁ ଆହୁରି ମଜଭୁତ କରିବ ।

Leave A Reply

Your email address will not be published.