om academy

ଭାରତରୁ ଆସୁଥିବା ସମସ୍ତ ବିମାନକୁ ୩୦ ଦିନ ପାଇଁ ସ୍ଥଗିତ କଲା କାନାଡା

jsm

ଟୋରୋଂଟୋ : ଭାରତରେ କରୋନା ସଂକ୍ରମଣର ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି କାନାଡା ଭାରତରୁ ଆସୁଥିବା ସମସ୍ତ ବିମାନକୁ ୩୦ ଦିନ ପାଇଁ ସ୍ଥଗିତ ରଖିଛି । ପାକିସ୍ତାନ ଉପରେ ମଧ୍ୟ କାନାଡା ଏହି ପ୍ରତିବନ୍ଧକ ଲଗାଇଛି ।

କାନାଡାର ପରିବହନ ମନ୍ତ୍ରୀ ଓମାର ଅଲଗାବ୍ରା ଗୁରୁବାର କହିଛନ୍ତି ଯେ, ଏହା ଗୁରୁବାର ରାତି ୧୧:୩୦ (ସ୍ଥାନୀୟ ସମୟ) ଠାରୁ କାର୍ୟ୍ୟକାରୀ ହେବ । ଆସନ୍ତା ୩୦ ଦିନ ପାଇଁ ଆମେ ଭାରତ ଏବଂ ପାକିସ୍ଥାନରୁ ଆସୁଥିବା ସମସ୍ତ ବାଣିଜ୍ୟିକ ଏବଂ ବେସରକାରୀ ଯାତ୍ରୀ ବିମାନକୁ ସ୍ଥଗିତ ରଖିଛୁ ।

ପରିବହନ ମନ୍ତ୍ରୀ କହିଛନ୍ତି ଯେ, ମାଲ ପରିବହନ ଉପରେ କୌଣସି ପ୍ରତିବନ୍ଧକ ନାହିଁ । କାରଣ ଏହା ଟୀକା, ପିପିଇ ଏବଂ ଅନ୍ୟାନ୍ୟ ଜରୁରୀ ଯୋଗାଣରେ ବାଧା ସୃଷ୍ଟି କରିବ । ଏହା ଏକ ଅସ୍ଥାୟୀ ନିଲମ୍ବନ । ଆଗାମୀ ସ୍ଥିତିରେ ଆମେ ଏହାକୁ ସମୀକ୍ଷା କରିବୁ ।

Leave A Reply

Your email address will not be published.