କିଭ୍‌ରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଭ୍‍ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଜ ଗଠନରେ ମହାତ୍ମା ଗାନ୍ଧୀଙ୍କ ଶାନ୍ତିବାର୍ତ୍ତାର କାଳଜୟୀ ପ୍ରାସଙ୍ଗିକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ, ତାଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗ ବର୍ତ୍ତମାନର ବୈଶ୍ୱିକ ଆହ୍ୱାନର ସମାଧାନ ପ୍ରଦାନ କରିଛି । କିଭ୍‍ ସ୍ଥିତ ‘ଓଏସିସ୍ ଅଫ୍ ପିସ୍’ ପାର୍କରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ମାନବ ଜାତି ପାଇଁ ଆଶା ଓ ଶାନ୍ତିର ଆଲୋକ ପାଲଟିଛି ।

Leave A Reply

Your email address will not be published.