ବିକ୍ରମ ଗୋଖଲେଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ : ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ଶନିବାର ଦେହାନ୍ତ ହୋଇଛି । ୭୭ ବର୍ଷୀୟ ଅଭିନେତା ପୁଣେର ଦୀନନାଥ ମଙ୍ଗେସକର ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ କହିଛନ୍ତି, ବିକ୍ରମ ଗୋଖଲେ ଜୀ ଜଣେ ସୃଜନଶୀଳ ଏବଂ ବହୁମୁଖୀ ଅଭିନେତା ଥିଲେ । ତାଙ୍କର ଦୀର୍ଘ ଅଭିନୟ କ୍ୟାରିୟରରେ ଅନେକ ଆକର୍ଷଣୀୟ ଭୂମିକା ପାଇଁ ତାଙ୍କୁ ସ୍ମରଣ କରାଯିବ । ତାଙ୍କ ଦେହାନ୍ତରେ ମୁଁ ଦୁଃଖିତ । ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା ଜଣାଉଛି । ଶାନ୍ତି ବୋଲି ଲେଖିଛନ୍ତି ।

Leave A Reply

Your email address will not be published.