ଆଜି କାର୍ଗିଲ ବିଜୟ ଦିବସ, ରାଷ୍ଟ୍ରପତି ମୁର୍ମୁ ଶହୀଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ

ନୂଆଦିଲ୍ଲୀ : ଆଜି ଅର୍ଥାତ୍ ୨୬ ଜୁଲାଇରେ କାର୍ଗିଲ ବିଜୟ ଦିବସ ସାରା ଦେଶରେ ପାଳନ କରାଯାଉଛି । ୧୯୯୯ରେ ଏହି ଦିନ, ଭାରତୀୟ ସେନା ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଘଉଡାଇ ଟାଇଗର ହିଲ୍‌ ଏବଂ ଅନ୍ୟାନ୍ୟ ପୋଷ୍ଟକୁ ‘ଅପରେସନ୍ ବିଜୟ’ର ଅଂଶ ଭାବରେ କାବୁ କରିଥିଲା ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଗିଲ ବିଜୟ ଦିବସରେ ଶହୀଦ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ ଟ୍ୱିଟ୍ କରି କହିଛନ୍ତି ଯେ, କାର୍ଗିଲ ବିଜୟ ଦିବସ ଆମର ସଶସ୍ତ୍ର ବାହିନୀର ଅସାଧାରଣ ବୀରତ୍ୱ, ପରାକ୍ରମ ଏବଂ ଦୃଢ଼ ସଂକଳ୍ପର ପ୍ରତୀକ । ମୁଁ ସମସ୍ତ ସାହସୀ ସୈନିକଙ୍କୁ ପ୍ରଣାମ କରୁଛି, ଯେଉଁମାନେ ଭାରତ ମାତାର ସୁରକ୍ଷା ପାଇଁ ନିଜ ଜୀବନ ଦେଇଛନ୍ତି । ସମସ୍ତ ଦେଶବାସୀ ତାଙ୍କ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନିକଟରେ ସର୍ବଦା ଋଣୀ ରହିବେ । ଜୟ ହିନ୍ଦ !

Leave A Reply

Your email address will not be published.