ଲକ୍ଷ୍ନୌ : ଜନତା ଦଳ ୟୁନାଇଟେଡ୍ର ପୂର୍ବତନ ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବ ଗୁରୁଗ୍ରାମର ଫୋର୍ଟିସ୍ ହସ୍ପିଟାଲରେ ଗୁରୁବାର ରାତିରେ ମୃତ୍ୟୁ ବରଣ କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ସକାଳେ ତାଙ୍କ ଘରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ରାହୁଲ ଗାନ୍ଧୀ ଶରଦ ଯାଦବଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି । ଶରଦ ଯାଦବଙ୍କ ଝିଅ ତଥା କଂଗ୍ରେସ ନେତ୍ରୀ ସୁଭାଷିନୀ ରାଜ ରାଓ କାନ୍ଦୁଥିବା ଦେଖିବାକୁ ମିଳିଛି । ରାହୁଲ ଗାନ୍ଧୀ ତାଙ୍କୁ ସମବେଦନା ଜଣାଇଛନ୍ତି ।
ରାହୁଲ ଗାନ୍ଧୀ କହିଛନ୍ତି, “ମୁଁ ଶରଦ ଯାଦବ ଜୀଙ୍କ ଠାରୁ ରାଜନୀତି ବିଷୟରେ ବହୁତ କିଛି ଶିଖିଛି । ଆଜି ତାଙ୍କର ଦେହାନ୍ତ ମୋତେ ଦୁଃଖ ଦେଇଛି । ମୋର ଜେଜେମା’ଙ୍କ ସହ ତାଙ୍କର ଅନେକ ରାଜନୈତିକ ଯୁଦ୍ଧ ହୋଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରେ ସମ୍ମାନଜନକ ସମ୍ପର୍କ ଥିଲା । ସେ ମୋତେ ଯାହା କହିଥିଲେ, ତାହା ଆରମ୍ଭ ଥିଲା ଏକ ସମ୍ପର୍କ ବିଷୟରେ । ମୁଁ ତାଙ୍କଠାରୁ ରାଜନୀତି ବିଷୟରେ ବହୁତ କିଛି ଶିଖିଲି । ଶରଦ ଯାଦବ ଜୀ ରାଜନୀତିରେ ନିଜର ସମ୍ମାନ ବଜାୟ ରଖିଥିଲେ । ରାଜନୀତିରେ ସମ୍ମାନ ହରାଇବା ସହଜ ଅଟେ, ହେଲେ ରାଜନୀତିରେ ନିଜର ସମ୍ମାନ ବଜାୟ ରଖିବା ଖୁବ୍ କଠିନ ।”