ସେନା ପାଟ୍ରୋଲିଂ ବେଳେ ୭ ଜଣ ସୈନିକ ହିମ ସ୍ଖଳନରେ ନିଖୋଜ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଇଟାନାଗର : ଅରୁଣାଚଳ ପ୍ରଦେଶରେ ରବିବାର ଦିନ ଭାରତୀୟ ସେନାର ଏକ ପାଟ୍ରୋଲିଂ ଦଳ ହିମ ସ୍ଖଳନର ସାମ୍ନା କରିଥିଲେ । ସରକାରୀ ସୂତ୍ରରୁ ପ୍ରକାଶ ଯେ, ସୋମବାର ଦିନ ସେନା ପାଟ୍ରୋଲିଂରେ ସାମିଲ୍‌ ହୋଇଥିବା ଅତି କମ୍‌ରେ ୭ ଜଣ ସେନା କର୍ମଚାରୀ ହିମ ସ୍ଖଳନରେ ନିଖୋଜ ହୋଇଯାଇଛନ୍ତି । ତେବେ କାମେଙ୍ଗ ସେକ୍ଟରର ଉଚ୍ଚତମ ଅଞ୍ଚଳରେ ଏହି ଘଟଣା ଘଟିଥିଲା । ସେନା ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠା ଯାଇଥିବା ବେଳେ ନିଖୋଜ ସେନା କର୍ମଚାରୀଙ୍କୁ ଖୋଜିବା ପାଇଁ ଅପରେସନ୍ ଜାରି ରହିଛି । ଏକ ବିବୃତ୍ତିରେ ସେନା ପକ୍ଷରୁ କୁହାଯାଇଛି ଯେ, ଗତ କିଛି ଦିନ ହେବ ଏହି ଅଞ୍ଚଳରେ ପ୍ରବଳ ତୁଷାରପାତ ସହିତ ଅତ୍ୟନ୍ତ ଖରାପ ପାଣିପାଗ ଦେଖାଦେଇଛି । ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଗତ କିଛି ଦିନ ହେବ ଏହି ଅଞ୍ଚଳରେ ପ୍ରବଳ ହିମ ସ୍ଖଳନ ଲାଗି ରହିଛି ।

Leave A Reply

Your email address will not be published.