ଢ଼ାକା : ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ବୁଧବାର କହିଛନ୍ତି ଯେ, ମୁକ୍ତି ଯୁଦ୍ଧରେ ସମସ୍ତ ଧର୍ମର ଲୋକଙ୍କର ବଳିଦାନର ଇତିହାସ ରହିଛି । ହସିନା ପୁଣି ଥରେ ଆଶ୍ୱାସନା ଦେଇଛନ୍ତି ଯେ, ବାଂଲାଦେଶରେ ଧର୍ମ ନାମରେ କାହାକୁ ଭେଦଭାବ କରାଯିବ ନାହିଁ । ବାଂଲାଦେଶ ହେବାରେ ସମସ୍ତ ଧର୍ମର ଲୋକମାନେ ନିଜକୁ ବଳିଦାନ ଦେଇଛନ୍ତି ଏବଂ ଏହି ଦେଶରେ ସମାନତା ସହ ବାସ କରିବେ ।
ବାଂଲାଦେଶର ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶେଖ ହସିନା ରାଜଧାନୀ ଢ଼ାକାରେ ଥିବା ତାଙ୍କ ସରକାରୀ ବାସଭବନରୁ ତାଙ୍କ ଭର୍ଚୁଆଲ୍ ବୈଠକକୁ ସମ୍ବୋଧିତ କରିଛନ୍ତି । ଆୱାମୀ ଲିଗ୍ ଏହାର କେନ୍ଦ୍ରୀୟ କାର୍ୟ୍ୟାଳୟରେ ୨୩ ବଙ୍ଗାବନ୍ଧୁ ଆଭେନ୍ୟୁରେ ଏକ କାର୍ୟ୍ୟକ୍ରମ ଆୟୋଜନ କରିଥିଲା ।