ନୂଆ ଟିକସ୍‌ ବ୍ୟବସ୍ଥାକୁ ଅଧିକ ଆକର୍ଷଣୀୟ କଲେ ସରକାର

  • ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦,୦୦୦ ଟଙ୍କାରୁ ୭୫,୦୦୦ ଟଙ୍କାକୁ ବୃଦ୍ଧି
  • ୧୭,୫୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିବେ ବେତନଭୋଗୀ

ନୂଆଦିଲ୍ଲୀ, (ପିଆଇବି) : କର୍ନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବା ଅବସରରେ ନୂଆ ଟିକସ୍‌ ବ୍ୟବସ୍ଥାକୁ ଚୟନ କରୁଥିବା ବେତନଭୋଗୀ ବ୍ୟକ୍ତି ଏବଂ ପେନ୍‌ସନ୍‌ଭୋଗୀମାନଙ୍କୁ ଟିକସ୍‌ ରିହାତି ପ୍ରଦାନ କରିବା ପାଇଁ ଅନେକ ଆକର୍ଷଣୀୟ ସୁବିଧା ଘୋଷଣା କରିଛନ୍ତି । ବେତନଭୋଗୀ କର୍ମଚାରୀଙ୍କ ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦ ହଜାର ଟଙ୍କାରୁ ୭୫ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ସେହିପରି ପେନ୍‌ସନ୍‌ଭୋଗୀଙ୍କ ପାଇଁ ପାରିବାରିକ ପେନ୍‌ସନ୍‌ ଉପରେ ଛାଡକୁ ୧୫,୦୦୦ ଟଙ୍କାରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହାଦ୍ୱାରା ପାଖାପାଖି ୪ କୋଟି ବେତନଭୋଗୀ ବ୍ୟକ୍ତି ଓ ପେନ୍‌ସନ୍‌ଭୋଗୀଙ୍କୁ ଆଶ୍ୱସ୍ତି ମିଳିବ । ଶ୍ରୀମତୀ ସୀତାରମଣ ନୂତନ ଟିକସ୍‌ ବ୍ୟବସ୍ଥାରେ ଟିକସ୍‌ ହାର ଢାଞ୍ଚାକୁ ନିମ୍ନଲିଖିତ ଭାବରେ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଛନ୍ତି: ଏହି ପରିବର୍ତ୍ତନ ଫଳରେ ନୂଆ ଟିକସ ବ୍ୟବସ୍ଥାରେ ଜଣେ ବେତନଭୋଗୀ କର୍ମଚାରୀ ବାର୍ଷିକ ୧୭,୫୦୦ ଟଙ୍କା ପର୍ଯ୍ୟନ୍ତ ଆୟକର ସଞ୍ଚୟ କରିପାରିବେ ।

Leave A Reply

Your email address will not be published.