ଦ୍ରୌପଦୀ ମୁର୍ମୁ ଆଜି ଶପଥ ଗ୍ରହଣ କରିବେ, ଦେଶର ୧୫ତମ ରାଷ୍ଟ୍ରପତି ହେବେ

ନୂଆଦିଲ୍ଲୀ : ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ନାଗରିକ ଭାବେ ଶପଥ ଗ୍ରହଣ କରିବେ । ସେ ଦେଶର ୧୫ତମ ରାଷ୍ଟ୍ରପତି ହେବେ । ଦେଶର ସ୍ୱାଧୀନତା ପରେ ଜନ୍ମ ଗ୍ରହଣ କରିଥିବା ଏବଂ କମ୍‌ ବୟସରେ ଦେଶର ଶୀର୍ଷ ପଦବୀରେ ଅବସ୍ଥାପିତ ହେଉଥିବା ସେ ହେଉଛନ୍ତି ପ୍ରଥମ ମହିଳା । ଏହା ସହ ସେ ରାଷ୍ଟ୍ରପତି ହେବାରେ ଦ୍ୱିତୀୟ ମହିଳା ହେବେ । ମୁର୍ମୁଙ୍କ ପୂର୍ବରୁ ପ୍ରତିଭା ଦେବୀ ସିଂ ପାଟିଲ ଦେଶର ରାଷ୍ଟ୍ରପତି ଥିଲେ ।

ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହ ସକାଳ ପ୍ରାୟ ୧୦.୧୫ ସମୟରେ ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ହେବ, ଯେଉଁଠାରେ ପ୍ରଧାନ ବିଚାରପତି ଏନ.ଭି ରାମନା ତାଙ୍କୁ ଶପଥ ଗ୍ରହଣ କରାଇବେ । ଏହା ପରେଦ୍ରୌପଦୀ ମୁର୍ମୁଙ୍କୁ ୨୧ ତୋପର ଅଭିବାଦନ ଦିଆଯିବ । ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ହେଉଛନ୍ତି ଦେଶର ତିନି ସେନାର ସର୍ବୋଚ୍ଚ କମାଣ୍ଡର, ତେଣୁ ପ୍ରତ୍ୟେକ ନୂତନ ରାଷ୍ଟ୍ରପତି ଶପଥ ଗ୍ରହଣ କରିବା ପରେ ତାଙ୍କୁ ୨୧ ବନ୍ଧୁକ ଅଭିବାଦନ ପ୍ରଦାନ କରାଯାଏ । ସଂସଦର ସେଣ୍ଟ୍ରାଲ ହଲରେ ସମାରୋହ ଶେଷ ହେବା ପରେ ରାଷ୍ଟ୍ରପତି ‘ରାଷ୍ଟାପତି ଭବନ’କୁ ଯିବେ, ଯେଉଁଠାରେ ତାଙ୍କୁ’ ଇଣ୍ଟର-ସର୍ଭିସ ଗାର୍ଡ ଅଫ୍ ଅନର ‘ପ୍ରଦାନ କରାଯିବ ଏବଂ ବିଦାୟୀ ରାଷ୍ଟ୍ରପତିଙ୍କ ସୌଜନ୍ୟମୂଳକ ସମ୍ମାନ ଦିଆଯିବ ।

Leave A Reply

Your email address will not be published.