centurian jitm

ଡକ୍ଟର ହରେକୃଷ୍ଣ ମହତାବ ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ ଯିଏକି ଭାରତକୁ ସ୍ୱାଧୀନ କରିବା ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସମ୍ମାନ ଓ ସମାନତାପୂର୍ଣ୍ଣ ଜୀବନ ସୁନିଶ୍ଚିତ କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ : ପ୍ରଧାନମନ୍ତ୍ରୀ

nschool
  • ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ସ୍ୱାଧୀନ କରିବା ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସମ୍ମାନଜନକ ଓ ସମାନତାପୂର୍ଣ୍ଣ ଜୀବନ ସୁନିଶ୍ଚିତ କରିବା ଲାଗି ନିଜ ଜୀବନକୁ ଉତ୍ସର୍ଗ କରିଥିବା ଡକ୍ଟର ହରେକୃଷ୍ଣ ମହତାବ ଜୀଙ୍କୁ ପ୍ରଶଂସା କରିଛନ୍ତି । ଡକ୍ଟର ମହତାବଙ୍କର ୧୨୫ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ମୋଦୀ ତାଙ୍କ ଆଦର୍ଶକୁ ସାକାର ରୂପ ଦେବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ରାଷ୍ଟ୍ରପତିଙ୍କ ଏକ୍ସ ଉପରେ ଆଉ ଏକ ପୋଷ୍ଟ ଜରିଆରେ ପ୍ରତିକ୍ରିୟା ଦେଇ ସେ ଲେଖିଛନ୍ତି :
‘‘ହରେକୃଷ୍ଣ ମହତାବ ଜୀ ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ ଯିଏକି ଭାରତକୁ ସ୍ୱାଧୀନ କରିବା ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସମ୍ମାନ ଓ ସମାନତାର ଜୀବନ ସୁନିଶ୍ଚିତ କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ଓଡ଼ିଶାର ବିକାଶ ଦିଗରେ ତାଙ୍କର ଅବଦାନ ବିଶେଷ ଭାବେ ଉଲ୍ଲେଖନୀୟ । ସେ ମଧ୍ୟ ଜଣେ ବିଶିଷ୍ଟ ଚିନ୍ତାନାୟକ ଓ ବୁଦ୍ଧିଜୀବୀ ଥିଲେ । ତାଙ୍କର ୧୨୫ତମ ଜନ୍ମବାର୍ଷିକୀରେ ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ତାଙ୍କ ଆଦର୍ଶକୁ ସାକାର ରୂପ ଦେବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଉଛି ।’’

Leave A Reply

Your email address will not be published.