jayashree

ଆଗାମୀ ୧୦୦ ଦିନ ପାଇଁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଯୋଜନା ଏବଂ ପ୍ରମୁଖ ପଦକ୍ଷେପ ଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ଜୁଏଲ ଓରାମ

ନୂଆଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଦିନିକିଆ ବୈଠକରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଏବଂ ରାଷ୍ଟ୍ରମନ୍ତ୍ରୀ ଦୁର୍ଗା ଦାସ ଉଇକେ ଯୋଜନା ଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଏବଂ ଆଗାମୀ ୧୦୦ ଦିନ ପାଇଁ ମନ୍ତ୍ରଣାଳୟର ପ୍ରମୁଖ ପଦକ୍ଷେପ ଉପରେ ରଣନୀତି ପ୍ରସ୍ତୁତ କରିଛନ୍ତି । ମନ୍ତ୍ରଣାଳୟର ଯୋଜନା ଏବଂ ପଦକ୍ଷେପ ଉପରେ ଏକ ବିସ୍ତୃତ ଉପସ୍ଥାପନା ସହିତ ଏହି ବୈଠକ ଆରମ୍ଭ ହୋଇଥିଲା, ଏବଂ ପରେ ବଜେଟର ସମୀକ୍ଷା କରାଯାଇଥିଲା ।
ବୈଠକରେ ଆଲୋଚନା ହୋଇଥିବା ପ୍ରମୁଖ ଯୋଜନା ଓ ପଦକ୍ଷେପ ଗୁଡ଼ିକହେଲା :

  • ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି ଯୋଜନା
  • ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ୍ – ଜନମନ)
  • ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମଯୋଜନା (ପିଏମ୍ଏଏଜିୱାଇ)
  • ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମ୍‌ଆର୍‌ଏସ୍‌)
  • ଜୀବିକା ଯୋଜନା
  • ସମ୍ବିଧାନର ଧାରା ୨୭୫(୧) ଅନୁଯାୟୀ ଅନୁଦାନ
  • ଆଦିବାସୀ ଗବେଷଣା ପ୍ରତିଷ୍ଠାନ (ଟିଆର୍‌ଆଇ)କୁ ସହାୟତା
  • ସ୍ୱେଚ୍ଛାସେବୀ ସଂଗଠନ (ଏନ୍‌ଜିଓ)କୁ ସହାୟତା
  • ସ୍ୱାସ୍ଥ୍ୟକ୍ଷେତ୍ରରେ ନିଆଯାଇ ଥିବା ପ୍ରମୁଖ ପଦକ୍ଷେପ, ଏବଂ
  • ମନ୍ତ୍ରଣାଳୟର ବିଭିନ୍ନ ବିଭାଗ ଦ୍ୱାରା ପରିଚାଳିତ ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରସଙ୍ଗ ।

ଏକ ସମାବେଶୀ ଓ ସମାନ ସମାଜ ଗଠନ ଦିଗରେ ଏହି ପଦକ୍ଷେପର ଆବଶ୍ୟକତା ଉପରେ ଶ୍ରୀ ଓରାମ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ଉଇକେ ଏହି ଭାବନାକୁ ସମର୍ଥନ କରି ଏହି ପଦକ୍ଷେପ ଗୁଡ଼ିକୁ ଆଗକୁ ବଢ଼ାଇବା ପାଇଁ ଆବଶ୍ୟକ ସହଯୋଗୀ ପ୍ରୟାସ ଉପରେ ଆଲୋକପାତ କରିଥିଲେ । ଆଦିବାସୀ ବ୍ୟାପାର ସଚିବ ବିଭୁନାୟାର ବରିଷ୍ଠ ଅଧିକାରୀଙ୍କ ସହ ମିଶି ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣ ଉପରେ ଆଲୋଚନା କରିଥିଲେ ଓ ବିସ୍ତୃତ ଯୋଜନା ପ୍ରଦାନ କରିଥିଲେ । ଆଦିବାସୀ ସମ୍ପ୍ରଦାୟର ସଶକ୍ତିକରଣ ନିମନ୍ତେ ନିର୍ଦ୍ଧାରିତ ଲକ୍ଷ୍ୟ ପାଇଁ ଅକ୍ଳାନ୍ତ ପରିଶ୍ରମ କରିବାକୁ ମନ୍ତ୍ରଣାଳୟର ସର୍ବସମ୍ମତି କ୍ରମେ ବୈଠକ ଶେଷ ହୋଇଥିଲା ।

Leave A Reply

Your email address will not be published.