ଇଣ୍ଡୋ-ଫ୍ରେଞ୍ଚ ଏୟାର ଏକ୍ସରସାଇଜ୍ ଗରୁଡ-VII ଏୟାର ଫୋର୍ସ ଷ୍ଟେସନ୍, ଯୋଧପୁରରେ ସମାପ୍ତ

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ବାୟୁସେନା (ଆଇଏଏଫ୍) ଏବଂ ଫ୍ରେଞ୍ଚ ଏୟାର ଆଣ୍ଡ ସ୍ପେସ୍ ଫୋର୍ସ (ଏଫଏଏସଏଫ) ମଧ୍ୟରେ ଦ୍ୱିପାକ୍ଷିକ ଏୟାର ଏକ୍ସରସାଇଜର ସପ୍ତମ ସଂସ୍କରଣ ୧୨ ନଭେମ୍ବର ୨୦୨୨ ରେ ଯୋଧପୁରର ଏୟାର ଫୋର୍ସ ଷ୍ଟେସନରେ ସମାପ୍ତ ହୋଇଛି ।

ଏଫଏଏସଏଫରେ ରାଫେଲ୍ ଫାଇଟର ଏୟାରକ୍ରାଫ୍ଟ ଓ ଏ-୩୩୦ ମଲ୍ଟି ରୋଲ୍ ଟ୍ୟାଙ୍କର ଟ୍ରାନ୍ସପୋର୍ଟ (ଏମଆରଟିଟି) ଏୟାରକ୍ରାଫ୍ଟ ସାମିଲ୍ ହୋଇଥିଲା ଯେତେବେଳେ କି ଆଇଏଏଫ୍ କଣ୍ଟିଜେଣ୍ଟରେ ରହିଥିଲା ଏସୟୁ-୩୦ ଏମକେଆଇ, ରାଫେଲ୍, ଏଲସିଏ, ‘ତେଜସ୍’ ଓ ଜାଗୁଆର ଫାଇଟର ଏୟାରକ୍ରାଫ୍ଟ। ଏହି ଫାଇଟର ଏଲିମେଣ୍ଟରେ ରହିଥିଲା ଭାରତୀୟ ବାୟୁ ସେନାର ଫ୍ଲାଇଟ୍ ରିଫୁଏଲିଂ ଏୟାରକ୍ରାଫ୍ଟ, ଏଡବ୍ଲୁଏସିଏସ୍ ଓ ଏଇଡବ୍ଲୁଆଣ୍ଡ ସି ତଥା ଏମଆଇ– ୧୭ ହେଲିକପ୍ଟର ଓ ନୂତନ ଭାବରେ ସାମିଲ୍ କରାଯାଇଥିବା ଏଲଚିଏଚ୍ ‘ପ୍ରଚଣ୍ଡ’।

ଏକ୍ସରସାଇଜ ଗରୁଡ଼-VII ଦୁଇଟି ବାୟୁସେନାକୁ ବୃତ୍ତିଗତ ପାରସ୍ପରିକ ଆଲୋଚନା ଏବଂ ଜ୍ଞାନ ଏବଂ ଅଭିଜ୍ଞତା ବାଣ୍ଟିବାର ସୁଯୋଗ ପ୍ରଦାନ କରିଛି। ଏକ୍ସରସାଇଜର ବିଭିନ୍ନ ପର୍ଯ୍ୟାୟର ଉତ୍କୃଷ୍ଟ ଯୋଜନା ଏବଂ କାର୍ଯ୍ୟକାରିତା ସହିତ, ଆଇଏଏଫ୍ ଏବଂ ଏଫଏଏସଏଫ ର କର୍ମଚାରୀମାନେ ରିଆଲିଷ୍ଟିକ୍ ଏୟାର କମ୍ବାଟ ସିମୁଲେସନ ଓ ଆସୋସିଏଟେଡ୍ କମ୍ବାଟ୍ ସପୋର୍ଟ ଅପରେସନ୍ ବିଷୟରେ ଜ୍ଞାନ ଆହରଣ କରିଥିଲେ। ଏହା ଅଂଶଗ୍ରହଣକାରୀ କଣ୍ଟିଜେଣ୍ଟମାନଙ୍କୁ ପରସ୍ପରିକ ଆଲୋଚନା ମାଧ୍ୟମରେ ସର୍ବୋତ୍ତମ ଅଭ୍ୟାସ ବିଷୟରେ ଜ୍ଞାନର ଆଦାନ ପ୍ରଦାନ କରିବାରେ ସକ୍ଷମ କରିଥିଲା । ଏହି ଅଭ୍ୟାସ ଉଭୟ ଦେଶର ବାୟୁସେନା କର୍ମଚାରୀଙ୍କ ମଧ୍ୟରେ ସାଂସ୍କୃତିକ ଆଦାନ ପ୍ରଦାନ ପାଇଁ ଏକ ମଞ୍ଚ ପ୍ରଦାନ କରିଛି ।

Leave A Reply

Your email address will not be published.