
ନୂଆଦିଲ୍ଲୀ : ପଶୁ ଉତ୍ପାଦର ବ୍ୟବହାର ଓ ପଶୁଙ୍କ ଶୋଷଣଠାରୁ ଦୂରେଇ ରହିବାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ନଭେମ୍ବର ୧ ତାରିଖରେ ପାଳିତ ହୁଏ ବିଶ୍ୱ ଶାକାହାରୀ ଦିବସ । ଜନ୍ତୁଙ୍କ ଶୋଷଣ ବନ୍ଦ କରିବା ସହିତ ଅନ୍ୟ ପ୍ରଜାତିଙ୍କ ପ୍ରତି ଭଲପାଇବା ଓ ଯତ୍ନବାନ ହେବା ଏବଂ ପ୍ରାକୃତିକ ପରିବେଶକୁ ଭଲପାଇବାକୁ ଉତ୍ସାହିତ କରିବା ଏହି ଦିବସର ଉଦ୍ଦେଶ୍ୟ । ୧୯୯୪ ମସିହାରେ ଲଣ୍ଡନର ଶାକାହାରୀ ସମାଜର ମୁଖ୍ୟ ଲୁଇସ୍ ୱାଲିସ୍ ବିଶ୍ୱ ଶାକାହାରୀ ଦିବସ ଘୋଷଣା କରିଥିଲେ । ସେ ମଧ୍ୟ ‘ଭେଗାନ୍’ ଓ ‘ଭେଗାନିଜମ୍’ ଶବ୍ଦ ପ୍ରଥମେ ପ୍ରୟୋଗ କରିଥିଲେ, ଯାହାର ଅର୍ଥ ଶାକାହାରୀ ଓ ଶାକାହାରବାଦ । ଯଦି ଜଣେ ବ୍ୟକ୍ତି ନିଜ ଜୀବନଶୈଳୀରେ ଶାକାହାରୀ ଦର୍ଶନକୁ ଅନୁସରଣ କରେ, ତେବେ ତାକୁ ଶାକାହାରୀ କୁହାଯାଏ ।