jayashree

ବଢ଼ିଲା ଫେବୃଆରୀ ୧୧ ପର୍ଯ୍ୟନ୍ତ ରାଲି ଏବଂ ରୋଡ୍ ସୋ’ ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ : କରୋନା ମହାମାରୀ ହେତୁ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ସମୟରେ ଫେବୃଆରୀ ୧୧ ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ରାଲି, ବୈଠକ ଉପରେ ପ୍ରତିବନ୍ଧକକୁ ବୃଦ୍ଧି କରିଛନ୍ତି । ତେବେ ନିର୍ବାଚନ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକକୁ କମିଶନ ଟିକିଏ ହାଲୁକା କରିଥିବା ଦେଶବାସୀଙ୍କୁ କିଛି ଆଶ୍ୱସ୍ତ କରିଛନ୍ତି । ସମାବେଶରେ ନିଷେଧାଦେଶ ଲାଗିବ, କିନ୍ତୁ ବର୍ତ୍ତମାନ ୫୦୦ ବଦଳରେ ଏକ ହଜାର ଲୋକ ଏହି ସଭାରେ ଯୋଗ ଦେଇ ପାରିବେ । ଦ୍ୱାର ଦ୍ୱାର ଅଭିଯାନରେ, ୧୦ ବଦଳରେ ୨୦ ଜଣ ଲୋକ ସାମିଲ୍‌ ହେବାକୁ ସମର୍ଥ ହେବେ । ଏହା ବ୍ୟତୀତ ରୁଦ୍ଧଦ୍ୱାର ସଭାରେ ୩୦୦ ପରିବର୍ତ୍ତେ ୫୦୦ ଲୋକ ଉପସ୍ଥିତ ରହିପାରିବେ । ଜାନୁଆରୀ ୮ ରେ, ନିର୍ବାଚନ ଆୟୋଗ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା କରିଥିଲେ । ନିର୍ବାଚନ ଆୟୋଗ ମତଦାନ ତାରିଖ ଘୋଷଣା କରିବା ସହିତ ରାଜନୈତିକ ସମାବେଶ, ରୋଡ୍ ସୋ, ଶୋଭାଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ନିର୍ବାଚନ ଆୟୋଗ ଏହା ପୂର୍ବରୁ ଜାନୁୟାରୀ ୧୫, ପରେ ଜାନୁୟାରୀ ୨୨ ଏବଂ ପରେ ଜାନୁୟାରୀ ୩୧ ପର୍ଯ୍ୟନ୍ତ ଜନ ସଭା ଏବଂ ସମାବେଶ ଉପରେ ପ୍ରତିବନ୍ଧକ ବଢ଼ାଇଥିଲା । ଏହି ସମୟସୀମା ଆଜି ଶେଷ ହେଉଥିଲା, ଯାହା ଫେବୃଆରୀ ୧୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.