jayashree

୨୦୨୧ ନିମନ୍ତେ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

  • ଓଡିଶାର ତିନି ଜଣଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର

ଦିଲ୍ଲୀ, (ପିଆଇବି) : ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୨୦୨୧ ନିମନ୍ତେ ଆଜି ନର୍ସିଂ ବୃତିଧାରୀଙ୍କୁ ରାଷ୍ଟ୍ରପତି ଭବନ ଠାରେ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର ପ୍ରଦାନ କରିଛନ୍ତି । ସାରା ଦେଶର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳ ଗୁଡିକରୁ ସମୁଦାୟ ୫୧ ଜଣଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାରରେ ପୁରସ୍କୃତ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ ଜଣ ହେଉଛନ୍ତି ଏଏନ୍ଏମ୍ , ୪ ଜଣ ଏଲ୍ଏଚ୍‌ଭି ଏବଂ ୩୦ ଜଣ ନର୍ସ । ଓଡିଶାର ନର୍ସ ଖୁଲଣା ବାରିକ ଓ ନର୍ସ ଶିବାନୀ ଦାସ ଏବଂ ଏଏନ୍ଏମ୍ ଦମୟନ୍ତୀ ରାଉତ ଏହି ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ।

ଏହି ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର ୧୯୭୩ ମସିହାରେ ସମାଜ ପ୍ରତି ନର୍ସ ମାନଙ୍କର ଏବଂ ନର୍ସିଂ ବୃତିଧାରୀ ମାନଙ୍କର ପ୍ରଶଂସନୀୟ କାର୍ୟ୍ୟକୁ ସ୍ୱୀକୃତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ସ୍ଥାପିତ ହୋଇଥିଲା ।

Leave A Reply

Your email address will not be published.