ଜାହାଙ୍ଗିରପୁରୀରେ ଚାଲୁଥିବା ବୁଲଡୋଜର ଉପରେ ରାହୁଲ ଗାନ୍ଧୀଙ୍କ ବିସ୍ଫୋରକ ବୟାନ : ବିଜେପିକୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ : ଦିଲ୍ଲୀର ଜାହାଙ୍ଗିରପୁରୀର ଅତିକ୍ରମଣ ବିରୋଧୀ ଅଭିଯାନ ଉପରେରେ ବିସ୍ଫୋରକ ବୟାନ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଭାରତୀୟ ଜନତା ଦଳକୁ ପରାମର୍ଶ ଦେଇଛନ୍ତି । ରାହୁଲ କହିଛନ୍ତି ଯେ, ଗରିବ ଏବଂ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରିବା ପରିବର୍ତ୍ତେ ବିଜେପି ନିଜ ହୃଦୟରେ ଥିବା ଘୃଣା ଉପରେ ବୁଲଡୋଜର ଚଳାଇବା ଉଚିତ । ବିଜେପି ଶାସିତ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ (ଏନଡିଏମସି) ଜାହାଙ୍ଗିରପୁରୀରେ ୨ ଦିନିଆ ଅତିକ୍ରମଣ ବିରୋଧୀ ଡ୍ରାଇଭ୍ ଘୋଷଣା କରି ବୁଧବାର ଦିନ କାର୍ୟ୍ୟ ଆରମ୍ଭ କରିଛି । ତେବେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ପ୍ରକ୍ରିୟା ସ୍ଥଗିତ ରହିଛି ।

ଜାହାଙ୍ଗିରପୁରୀ ଅଞ୍ଚଳରେ ଅତିକ୍ରମଣ ବିରୋଧୀ ଅଭିଯାନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅତ୍ୟଧିକ ରାଗି ଯାଇଥିବା ଦେଖିବାକୁ ମିଳିଛି । ନିଜର ଅସନ୍ତୋଷ ବ୍ୟକ୍ତ କରିବା ପାଇଁ ସେ ଟ୍ୱିଟରକୁ ଯାଇ ବିଜେପିକୁ କଠୋର ଟାର୍ଗେଟ କରିଥିଲେ । ସମ୍ବିଧାନ ବିଷୟରେ ଉଲ୍ଲେଖ କରି ପୂର୍ବତନ କଂଗ୍ରେସ ସଭାପତି ଟୁଇଟ୍ କରି କହିଛନ୍ତି, ‘ଏହା ହେଉଛି ଭାରତର ସାମ୍ବିଧାନିକ ମୂଲ୍ୟବୋଧର ବିଦ୍ରୋହ । ଏହା ହେଉଛି ଗରିବ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନଙ୍କ ଉପରେ ପ୍ରହାର । ସେମାନଙ୍କୁ ହଟାଇବା ବଦଳରେ ବିଜେପି ନିଜ ହୃଦୟରେ ଥିବା ଘୃଣାକୁ ହଟାଇବା ଉଚିତ ।

Leave A Reply

Your email address will not be published.