ଚାଇନା ତାଇୱାନ ଉପରେ ଆକ୍ରମଣ କରିପାରେ : ଅଷ୍ଟ୍ରେଲିଆ ଭୟଙ୍କର ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କଲା

ବେଜିଂ : ଆସନ୍ତା ୫ ବର୍ଷ ମଧ୍ୟରେ ତାଇୱାନ ଉପରେ ଚୀନ୍‌ର ଆକ୍ରମଣକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ସେନା ଡ୍ରାଗନ୍‌ ସହ ଯୁଦ୍ଧ ପାଇଁ ପ୍ରସ୍ତୁତି ବଢ଼ାଇଛି । ସୂଚନାନୁସାରେ, ଅଷ୍ଟ୍ରେଲିଆ ସେନା ଚୀନ୍ ସହିତ ଯୁଦ୍ଧ ପାଇଁ ରଣନୀତି ଆପଣେଇଛି । ସେନା ଅଧିକାରୀମାନେ ପରିସ୍ଥିତି ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି, ଯେଉଁଥିରେ ଯୁଦ୍ଧ ସମୟରେ ଆମେରିକାର ସେନା ତଥା ଅନ୍ୟ ସହଯୋଗୀ ଦେଶମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ କଲିନ୍ସ ଶ୍ରେଣୀର ସବମେରାଇନ୍ ଏବଂ ସୁପର୍‌ ହର୍ନେଟ୍ ଯୁଦ୍ଧ ବିମାନ ତାଇୱାନ ଷ୍ଟ୍ରାଇଟ୍‌କୁ ପଠାଯାଇ ପାରିବ ।

ଡେଲି ମେଲ୍ ରିପୋର୍ଟ ଅନୁଯାୟୀ, ବଢ଼ୁଥିବା ଟେନସନରେ ଅଷ୍ଟ୍ରେଲିଆ ଏବଂ ଅନ୍ୟ କ୍ୱାଡର଼୍ ଦେଶ – ଜାପାନ, ଭାରତ ଏବଂ ଆମେରିକା ଉପରେ ଚୀନ୍ ଡ୍ରାଗନ୍ ସୈନ୍ୟବାହିନୀର ଚାପ ବଢ଼ିବାରେ ଲାଗିଛି । ସାମ୍ପ୍ରତିକ ସମୟରେ ଚୀନ୍ ସେନା ସମଗ୍ର ଅଞ୍ଚଳରେ ଅତ୍ୟଧିକ ଆକ୍ରମଣାତ୍ମକ ହୋଇପଡିଛି । ସେ ହଂକଂରେ ଗଣତନ୍ତ୍ର ସମର୍ଥକ ଏବଂ ଉଇଗରମାନଙ୍କୁ ପରାସ୍ତ କରିଛି । ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ଶାସନ ସମୟରେ ଚୀନ୍ ସହିତ ତାଇୱାନକୁ ଏକୀକରଣ କରିବା ପାଇଁ ଚୀନ୍ ତାଇୱାନ ଉପରେ ନିଜର ସାମରିକ ଶକ୍ତି ବ୍ୟବହାର କରିପାରେ ବୋଲି ଏବେ ଆଶଙ୍କା କରାଯାଉଛି ।

Leave A Reply

Your email address will not be published.