୨୦୨୦ରେ ପ୍ରସାର ଭାରତୀ (ଦୂରଦର୍ଶନ-ଆକାଶବାଣୀ)ର ବିପୁଳ ଡିଜିଟାଲ ଅଭିବୃଦ୍ଧି ହାସଲ

ପାକିସ୍ତାନରେ ଦୂରଦର୍ଶନ ଓ ଆକାଶବାଣୀର ଦ୍ୱିତୀୟ ସର୍ବାଧିକ ଡିଜିଟାଲ ଦର୍ଶକ ଏବଂ ଶ୍ରୋତା

ନୂଆଦିଲ୍ଲୀ, (ପିଆଇବି) : ୨୦୨୦ରେ ପ୍ରସାର ଭାରତୀ ଅଧୀନରେ ଥିବା ଦୂରଦର୍ଶନ ଓ ଆକାଶବାଣୀର ଡିଜିଟାଲ ଚାନେଲଗୁଡିକ ଶତପ୍ରତିଶରୁ ଅଧିକ ଅଭିବୃଦ୍ଧି ହାସଲ କରିଛନ୍ତି । ଏଥିରେ ୧୦୦ କୋଟି ଡିଜିଟାଲ ଭିଉ ଏବଂ ୬୦୦ କୋଟି ଡିଜିଟାଲ ୱାଚ ମିନିଟ ରେକର୍ଡ କରାଯାଇଛି ।

୨୦୨୦ରେ ନିଉଜ୍‍ ଅନ୍‍ ଏୟାର ଆପ୍‍ ଏହାର ପ୍ଲାଟଫର୍ମରେ ୨.୫ ନିୟୁତ ୟୁଜରଙ୍କୁ ଯୋଡିଥିଲା । ଫଳରେ ୩୦୦ ନିୟୁତରୁ ଅଧିକ ଲାଇଭ ରେଡିଓ ଷ୍ଟ୍ରିମିଂ ଦେଖିଥିଲେ । ସେଥିରେ ସ୍ଥାନ ପାଇଥିବା ୨୦୦ରୁ ଅଧିକ ଷ୍ଟ୍ରିମ୍‍ ବେଶ୍‍ ଲୋକପ୍ରିୟ ଥିଲା । ଡିଡି ନ୍ୟାସନାଲ ଓ ଡିଡି ନିଉଜ୍ ଚାନେଲ ସହିତ ପ୍ରସାର ଭାରତୀର ଶ୍ରେଷ୍ଠ ୧୦ଟି ଡିଜିଟାଲ ଚାନେଲ ମଧ୍ୟରେ ମରାଠି ଡିଡି ନିଉଜ୍‍ ଚାନେଲ ସହାଦ୍ରି, କନ୍ନଡର ଡିଡି ଚନ୍ଦନ, ବାଂଲାର ଡିଡି ବାଂଲା ଏବଂ ତେଲୁଗୁର ଡିଡି ସପ୍ତଗିରି ସ୍ଥାନ ପାଇଛି ।

ଲାଇଭ କମେଣ୍ଟ୍ରିରେ ଡିଡି ସ୍ପୋର୍ଟ୍ସ ଓ ଆକାଶବାଣୀ ସ୍ପୋର୍ଟ୍ସର ଡିଜିଟାଲ ଫଲୋଅର ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବାବେଳେ ପ୍ରସାର ଭାରତୀ ଆର୍କାଇଭସ୍‍ ଏବଂ ଡିଡି କିଷାନର ଡିଜିଟାଲ ପ୍ରଦର୍ଶନ ବେଶ୍‍ ଭଲ ରହି ବୃଦ୍ଧି ପାଉଛି ଏବଂ ଏହା ଶ୍ରେଷ୍ଠ ୧୦ ମଧ୍ୟରେ ସ୍ଥାନ ପାଇଛି । ଉତ୍ତର ପୂର୍ବାଞ୍ଚଳରେ ନିଉଜ୍‍ ପ୍ରତି ଡିଜିଟାଲ ଅର୍ଡିୟାନ୍ସ ବଢିଛି । ଫଳରେ ଆକାଶବାଣୀର ଉତ୍ତର ପୂର୍ବାଞ୍ଚଳ ନିଉଜ ସର୍ଭିସର ଶ୍ରୋତା ସଂଖ୍ୟା ବଢି ଏହା ଡିଜିଟାଲ ଅର୍ଡିୟାନ୍ସ ବର୍ଗର ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛି । ଉଲ୍ଲେଖନୀୟ ହେଲା ଯେ ଏହି ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରି ଏବେ ଡିଜିଟାଲ ଉପଭୋକ୍ତାଙ୍କ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ।

ମଜାଦାର କଥା ହେଉଛି ୨୦୨୦ରେ ଡିଡି ଓ ଆକାଶବାଣୀର ଦ୍ୱିତୀୟ ସର୍ବାଧିକ ଡିଜିଟାଲ ଦର୍ଶକ ଓ ଶ୍ରୋତା ପାକିସ୍ତାନର ଥିଲେ । ଏହା ପରେ ତୃତୀୟରେ ରହିଛି ଆମେରିକା । ଅର୍ଥାତ୍‍ ଭାରତରେ ଆକାଶବାଣୀ ଓ ଦୂରଦର୍ଶନର ସର୍ବାଧିକ ଦର୍ଶକ ଓ ଶ୍ରୋତା ରହିଥିବାବେଳେ ଦେଶ ବାହାରେ ଏ କ୍ଷେତ୍ରରେ ପାକିସ୍ତାନ ଓ ଆମେରିକା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

୨୦୨୦ରେ ସବୁ ଲୋକପ୍ରିୟ ଡିଜିଟାଲ କାର୍ୟ୍ୟକ୍ରମ ମଧ୍ୟରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍କୁଲ ପିଲାଙ୍କ ସହ ସାଧାରଣତନ୍ତ୍ର ପରେଡର ବାର୍ତ୍ତାଳାପ ସବୁଠୁ ଲୋକପ୍ରିୟ ଥିଲା । ସେହିଭଳି ୧୯୭୦ ଦଶକରେ ଶକୁନ୍ତଳା ଦେବୀଙ୍କ ଉପରେ ଦୂରଦର୍ଶନ ପକ୍ଷରୁ ପ୍ରସ୍ତୁତ ଏକ ବିରଳ ଭିଡିଓକୁ ମଧ୍ୟ ସର୍ବାଧିକ ଲୋକ ଦେଖିଥିଲେ ।

ପ୍ରସାର ଭାରତୀର ଉତ୍ସର୍ଗୀକୃତ ୟୁଟ୍ୟୁବ ଚାନେଲରେ ସଂସ୍କୃତ ଭାଷାରେ ଏକ କାର୍ୟ୍ୟକ୍ରମ ୨୦୨୦ରେ ଆରମ୍ଭ ହୋଇଥିଲା । ଏହାଛଡା ରେଡିଓ ଓ ଟିଭିରେ ମଧ୍ୟ ସଂସ୍କୃତ ଭାଷାରେ କେତେକ କାର୍ୟ୍ୟକ୍ରମ ପ୍ରସ୍ତୁତ ହୋଇ ଶ୍ରୋତା ଓ ଦର୍ଶକଙ୍କ ପାଖରେ ପହଞ୍ଚିଥିଲା । ଏସବୁ ଦେଖିବା ପାଇଁ ସହଜ ବ୍ୟବସ୍ଥା କରାଯାଇଥିଲା । ଉତ୍ସର୍ଗୀକୃତ ମନ୍‍ କୀ ବାତ୍‍ ୟୁଟ୍ୟୁବ ଚାନେଲ ଏବଂ ଟ୍ୱିଟର ହ୍ୟାଣ୍ଡେଲ କ୍ଷେତ୍ରରେ ୨୦୨୦ରେ ବେଶ୍‍ ତୀବ୍ର ଅଭିବୃଦ୍ଧି ହାସଲ ହୋଇଛି । ଏବେ ମନ୍‍ କୀ ବାତ୍‍ ଟ୍ୱିଟର ହ୍ୟାଣ୍ଡେଲର ଫଲୋଅରଙ୍କ ସଂଖ୍ୟା ୬୭୦୦୦ରୁ ଅଧିକ । ମନ୍‍ କୀ ବାତ୍‍ କାର୍ୟ୍ୟକ୍ରମର ବିଭିନ୍ନ ଅଧ୍ୟାୟକୁ ଆଞ୍ଚଳିକ ଭାଷାରେ ୟୁଟ୍ୟୁବ୍‍ ଚାନେଲରେ ପ୍ରସାରଣ କରାଯାଉଛି । ବିଭିନ୍ନ ଭାଷାର ପ୍ରାୟ ୧୫୦୦ ରେଡିଓ ନାଟକ ଡିଡି ଓ ଏଆଇଆର ନେଟୱାର୍କରେ ଉପଲବ୍ଧ। । ସେଗୁଡିକୁ ଏବେ ଡିଜିଟାଇଜ କରାଯାଇ ଆମ ୟୁଟ୍ୟୁବ୍‍ ଚାନେଲରେ ଅପ୍ଲୋେଡ କରାଯାଉଛି । ଶିକ୍ଷା ସମ୍ବନ୍ଧୀୟ ବିଷୟବସ୍ତୁର ହଜାର ହଜାର ଘଣ୍ଟା କାର୍ୟ୍ୟକ୍ରମ ଏବଂ ଟେଲିକ୍ଲାସେସ ଏବେ ୟୁଟ୍ୟୁବ୍‍ ଚାନେଲରେ ବିଭିନ୍ନ ଭାଷାରେ ଉପଲବ୍ଧ । ବିରଳ ଅଭିଲେଖାତ୍ମକ ବିଷୟବସ୍ତୁ ଯାହାର ବିଶେଷ ଐତିହାସିକ ମୂଲ୍ୟ ରହିଛି ତାହା ଏବେ ଆକାଶବାଣୀ ଓ ଦୂରଦର୍ଶନରେ ଉପଲବ୍ଧ । ସେଗୁଡିକୁ ଡିଜିଟାଇଜ କରାଯାଇ ପ୍ରସାର ଭାରତୀ ଆର୍କାଇଭ ୟୁଟ୍ୟୁବ୍‍ ଚାନେଲରେ ଅପ୍ଲୋବଡ କରାଯାଉଛି । ଜନସ୍ୱାର୍ଥରେଏକ ଉତ୍ସର୍ଗୀକୃତ ଟିମ୍‍ ଏ ସବୁ ଗୀତ ଓ ସଂଗୀତ, ସଂସ୍କୃତି, ରାଜନୀତି ବିଷୟକ ତଥ୍ୟାବଳୀକୁ ବିଭିନ୍ନ ଟେପ୍ରୁେ ଉଦ୍ଧାର କରି ଡିଜିଟାଇଜ କରୁଛନ୍ତି । ଆକାଶବାଣୀ ଓ ଦୂରଦର୍ଶନର ବିଭିନ୍ନ କେନ୍ଦ୍ରରେ ବିଭିନ୍ନ ସମୟରେ ଏସବୁ କାର୍ୟ୍ୟକ୍ରମ ରେକର୍ଡ ହୋଇଥିଲା; ଯାହା ଏବେ ଟେପ୍ରେ ରହିଛି । ଏସବୁ ଉଦ୍ଧାର ହୋଇ ସହଜ ଏବଂ ସୁବିଧାରେ ସର୍ବସାଧାରଣଙ୍କୁ ଉପଲବ୍ଧହ ହେଲେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ବିଶେଷ ସହାୟକ ହେବ ।

Leave A Reply

Your email address will not be published.