ଉତ୍ତରାଖଣ୍ଡ ବନ୍ୟା : ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ସହଯୋଗର ହାତ ବଢ଼ାଇଲେ, ପ୍ରଭାବିତ ଲୋକଙ୍କ ସୁରକ୍ଷା ପାଇଁ ଉପରାଷ୍ଟ୍ରପତି‌ଙ୍କ ପ୍ରାର୍ଥନା

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେ‌ନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ତଥା ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ସହଯୋଗର ହାତ ବଢ଼ାଇଥିବା ବେଳେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ରବିବାର ଦିନ ହିମ‌ସ୍ଖଳନ କାରଣରୁ ଉତ୍ତରାଖଣ୍ଡର ଚାମୋଲିରେ ହଠାତ୍ ବନ୍ୟା ପରିସ୍ଥିତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏହି ଅଞ୍ଚଳର ପ୍ରଭାବିତ ଲୋକଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି । ଉତ୍ତରାଖଣ୍ଡର ଜୋଶିମଠରେ ନନ୍ଦଦେବୀ ଗ୍ଲେସିୟରର ବରଫ ଭାଙ୍ଗିବା କାରଣରୁ ଧଉଲି ଗଙ୍ଗା ନଦୀରେ ପ୍ରବଳ ବନ୍ୟା ହେତୁ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି । ଅଧିକାରୀମାନେ କହିଛନ୍ତି ଯେ, ଜଳ ବିଦ୍ୟୁତ୍ ପ୍ରକଳ୍ପରେ କାର୍ୟ୍ୟ କରୁଥିବା ୧୫୦ରୁ ଅଧିକ କର୍ମଚାରୀ ନିଖୋଜ ଅଛନ୍ତି । ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ କହିଛନ୍ତି ଯେ, ଉତ୍ତରାଖଣ୍ଡର ଚାମୋଲିରେ ଗ୍ଲେସିୟର ଭାଙ୍ଗିବା ଏବଂ ହଠାତ୍ ବନ୍ୟା ଯୋଗୁଁ ଜନଜୀବନ ନଷ୍ଟ ହେବା ବିଷୟରେ ଜାଣି ମୁଁ ବିବ୍ରତ । ଉପରାଷ୍ଟ୍ରପତି କହିଛନ୍ତି ଯେ ଦୁର୍ଘଟଣାରେ ପ୍ରଭାବିତ ଅଞ୍ଚଳର ବାସିନ୍ଦାଙ୍କ ସୁରକ୍ଷା ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।

Leave A Reply

Your email address will not be published.