ମୋଦୀଙ୍କ ୩.୦ କାର୍ଯ୍ୟକାଳର ୧୦୦ ଦିନ ପୂର୍ତ୍ତି ଅବସରରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସାକ୍ଷାତକାର

  • ମୋଦୀଙ୍କ ୩.୦ କାର୍ଯ୍ୟକାଳର ୧୦୦ ଦିନ ପୂର୍ତ୍ତି ଅବସରରେ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି, “ଗତ ୧୦ ବର୍ଷରେ ହୋଇଥିବା କାମ ପୂର୍ବରୁ କେବେ ହୋଇ ନଥିଲା’

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଆମେରିକା ଗସ୍ତରେ ଥିବା ସମୟରେ ସୋମବାର ଦିନ (ୱାଶିଂଟନ ଡିସିର ସ୍ଥାନୀୟ ସମୟ) କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନୂତନ ସରକାରର ପ୍ରଥମ ୧୦୦ ଦିନରେ ବିଗତ ୧୦ ବର୍ଷ ମଧ୍ୟରେ କରାଯାଇଥିବା କାର୍ଯ୍ୟକୁ ଜାରି ରଖା ଯାଇଥିଲା ଏବଂ ଏହାର ଲକ୍ଷ୍ୟ ୨୦୪୭ ସୁଦ୍ଧା ବିକଶିତ ଭାରତ ରହିଛି । ବିଗତ ୧୦ ବର୍ଷ ମଧ୍ୟରେ ଯେଉଁ ଭଳି କାମ ହୋଇଛି, ୧୯୪୭ ପରେ ସେଭଳି କାମ କେବେ ହୋଇ ନାହିଁ । ୨୦୦୪ରୁ ୨୦୧୪ ମଧ୍ୟରେ ସହରାଞ୍ଚଳ ପାଇଁ ଖର୍ଚ୍ଚର ପରିମାଣ ୧,୫୭,୦୦୦ କୋଟି ଟଙ୍କା ଥିବା ବେଳେ ଏବେ ଏହା ୧୧ ଗୁଣରୁ ଅଧିକ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆମେ ୪ କୋଟିରୁ ଅଧିକ ଘର ନିର୍ମାଣ କରିଛୁ । ସବୁ କ୍ଷେତ୍ରରେ କାମ ବୃଦ୍ଧି ପାଉଛି । ଉଜ୍ୱଳା ଯୋଜନାରେ, ଏପରିକି ଗ୍ରାମାଞ୍ଚଳରେ ମଧ୍ୟ ଗ୍ୟାସ ସିଲିଣ୍ଡର ଉପଲବ୍ଧ ହେଉଛି । ୨୦୪୭ ସୁଦ୍ଧା ଆମେ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛୁ ବୋଲି ଶ୍ରୀ ପୁରୀ କହିଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ନିର୍ଦ୍ଦିଷ୍ଟ ଭାବରେ ଆମେରିକା – ଭାରତ କୌଶଳପୂର୍ଣ୍ଣ ଶକ୍ତି ସହଯୋଗ ଭାଗିଦାରୀ ବିଷୟରେ ଉଲ୍ଲେଖ କରିଥିଲେ, ଯାହା ଉପରେ ଶକ୍ତି ସଚିବ ଜେନିଫର ଗ୍ରାନହୋମଙ୍କ ସହ ଆଲୋଚନା କରିବା ପାଇଁ ସେ ଆମେରିକା ଯାଇଥିବା ସମ୍ପର୍କରେ ଉଲ୍ଲେଖ କରିଥିଲେ ।
ଯେତେବେଳେ ଆମେ ଏହି କୌଶଳପୂର୍ଣ୍ଣ ଶକ୍ତି ସହଯୋଗ ଭାଗିଦାରୀ ଆରମ୍ଭ କରିଥିଲୁ, ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ଯେ, ଶକ୍ତି ହେଉଛି ଏକ ପ୍ରସଙ୍ଗ ଯାହା ଉପରେ ଆମେ ସହଯୋଗ କରି ପାରିବୁ କି ନାହିଁ । କିନ୍ତୁ, ଆପଣମାନେ ଜାଣନ୍ତି ଯେ, ଆମର ସହଯୋଗ ଏବଂ ପାରମ୍ପରିକ ଶକ୍ତି କିଛି ବର୍ଷ ପୂର୍ବେ ଜୀବାଶ୍ମ ପାରମ୍ପରିକ ଶକ୍ତିର ୨୦ ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଥିଲା । କିନ୍ତୁ, ଆଜି ଆମେ ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ପରିପ୍ରେକ୍ଷୀରେ, ଜୈବ ଇନ୍ଧନ କ୍ଷେତ୍ରରେ ଅଧିକ ସହଯୋଗ କରୁଛୁ । ଗ୍ରୀନ୍ ହାଇଡ୍ରୋଜେନର ବିକାଶ ପାଇଁ ଆମେ ପରସ୍ପରକୁ ସହଯୋଗ କରୁଛୁ ବୋଲି ପୁରୀ କହିଛନ୍ତି । ଏଭଳି ଏକ ସମୟରେ ଯେତେବେଳେ ସ୍ପଷ୍ଟ ଭାବରେ ଶକ୍ତି କ୍ଷେତ୍ରରେ ବିପୁଳ ପରିବର୍ତ୍ତନ ଘଟୁଛି, ଏପରି କରିବାରେ କୌଣସି ସନ୍ଦେହ ନାହିଁ । ଆମକୁ ବର୍ତ୍ତମାନ ସମୟରେ ବଞ୍ଚିବାକୁ ପଡ଼ିବ । କାରଣ ବିଶ୍ୱ ଆଉ କିଛି ସମୟ ପାଇଁ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳ ରହିବ, କିନ୍ତୁ ଆମର ଶକ୍ତିର ବ୍ୟବହାରକୁ ସ୍ୱଚ୍ଛ, ସ୍ଥାୟୀ ଇନ୍ଧନ ଦିଗକୁ ପରିବର୍ତ୍ତନ କରିବାକୁ ପଡ଼ିବ । ଏବଂ ଏହି କ୍ଷେତ୍ରରେ ଭାରତ ନିକଟରେ ଏକ ବହୁତ ଉତ୍ତମ କାହାଣୀ ଶୁଣାଇବାକୁ ରହିଛି ବୋଲି ସେ କହିଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଦର୍ଶାଇଛନ୍ତି ଯେ, ୨୦୧୪ ମେ’ ମାସରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦାୟିତ୍ୱ ଗ୍ରହଣ କଲେ, ସେତେବେଳେ ଭାରତ ଏହାର ମୋଟ ଇନ୍ଧନର ମାତ୍ର ୧.୫ ପ୍ରତିଶତ ଜୈବ ଇନ୍ଧନ ସହିତ ମିଶ୍ରଣ କରୁଥିଲା । ନଭେମ୍ବର ୨୦୨୨ ସୁଦ୍ଧା ୧୦ ପ୍ରତିଶତ ମିଶ୍ରଣ ପାଇଁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ତେବେ ଏଥିପାଇଁ ଧାର୍ଯ୍ୟ କରାଯାଇଥିବା ଦିବସର ପାଞ୍ଚ ମାସ ପୂର୍ବରୁ ଆମେ ଏହା କରିବାକୁ ସକ୍ଷମ ହୋଇଥିଲୁ । ସେତେବେଳେ ୨୦୩୦ ପାଇଁ ଆମର ୨୦ ପ୍ରତିଶତ ମିଶ୍ରଣ ଲକ୍ଷ୍ୟ ଥିଲା । ୨୦୨୫ ଅକ୍ଟୋବର ସୁଦ୍ଧା ଆମେ ଏହା କରିବାକୁ ଯାଉଛୁ, ଅର୍ଥାତ୍ ଏଥିରେ ଇଥାନଲ ମିଶ୍ରଣ ହେବ ବୋଲି ପୁରୀ କହିଛନ୍ତି । ଆମେ ଅତ୍ୟନ୍ତ ଖୁସି ଯେ, ନିକଟରେ ଦିଲ୍ଲୀରେ ଗ୍ରୀନ୍ ହାଇଡ୍ରୋଜେନ୍‌ ଉପରେ ଏକ ସମ୍ମିଳନୀ ହୋଇଥିଲା ଏବଂ ଆମେରିକା ଏଥିରେ ଏକ ଅଂଶୀଦାର ଦେଶ ଥିଲା । ବର୍ତ୍ତମାନ, ଆପଣମାନେ ଭାବୁଥିବେ ଯେ, ଏସବୁ ବର୍ତ୍ତମାନ ସମୟର କଥା ନା ଭବିଷ୍ୟତରେ ଏମିତି କିଛି ହେବାକୁ ଯାଉଛି ? କିନ୍ତୁ ଯଦି ଆପଣ ଏହି ସବୁ ଉପଗୋଷ୍ଠୀ ଉପରେ ସେମାନେ କେତେ ଦ୍ରୁତ ଗତିରେ କାମ କରିଛନ୍ତି ତାକୁ ଦେଖିବେ, ଏହା ବର୍ତ୍ତମାନ ସେହି ଭବିଷ୍ୟତବାଦୀ କାର୍ଯ୍ୟକୁ ବର୍ତ୍ତମାନ କାଳକୁ ନେଇ ଆସୁଛି । ଭାରତ ସରକାରଙ୍କ ବିଭିନ୍ନ ଅଂଶ, ତୈଳ କମ୍ପାନୀ, ରେଳବାଇ, ସେମାନେ ନିଟ୍ ଶୂନ୍ୟ ମାନଦଣ୍ଡ ସ୍ଥିର କରୁଛନ୍ତି । ଏବଂ ମୁଁ ଭାବୁଛି ମୁଁ ଆପଣଙ୍କ ସହ ମୋର ଏହି କଥାକୁ ବାଣ୍ଟି ପାରିବି, କେବଳ ମୁଁ ୱାଶିଂଟନ୍ ଡିସିରେ ବସିଥିବାରୁ ନୁହେଁ, ବରଂ ଆମେ ସ୍ଥାୟୀ ଶକ୍ତି ବାବଦରେ ଯୁକ୍ତରାଷ୍ଟ୍ର ଆମେରିକା ସହିତ ଆମର ଏହି ସହଯୋଗରୁ ପର୍ଯ୍ୟାପ୍ତ ଶକ୍ତି ଅର୍ଜନ କରୁଛୁ ଏବଂ ଏଥିରେ କେଉଁ ଜ୍ଞାନକୌଶଳ ରହିବ, ଭାରତୀୟ କମ୍ପାନୀମାନେ ଏଥିରେ କିପରି ଯୋଗଦାନ କରି ପାରିବେ, ସେସବୁର ଅନ୍ୱେଷଣ କରୁଛୁ, ଯେଉଁଥିରେ ସେମାନେ ବିଜୟ – ବିଜୟ ଏମ୍‌ଓୟୁ ସ୍ୱାକ୍ଷର କରି ପାରିବେ । ଏବଂ ଏହା ପରେ ମୁଁ ଗାଜଟେକ୍ ଏବଂ ସେଠାରେ ଆମର ଅର୍ଥନୈତିକ ସଂସ୍ଥାମାନଙ୍କ ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଥିବା ଅନେକ ବୁଝାମଣାପତ୍ର ପାଇଁ ହଷ୍ଟନ୍ ଯିବି ବୋଲି ମନ୍ତ୍ରୀ କହିଛନ୍ତି । “ଆମର ଅନୁସନ୍ଧାନ ଏବଂ ଉତ୍ପାଦନ, ଇ. ଆଣ୍ଡ. ପି. କ୍ଷେତ୍ରକୁ ବୃଦ୍ଧି କରିବା ପାଇଁ ଆମର ୩.୫ ନିୟୁତ ବର୍ଗ କିଲୋମିଟରର ଅବବାହିକା ମଧ୍ୟରୁ ଏକ ନିୟୁତ, ଯାହା କି ଏକ ପରିତ୍ୟକ୍ତ ବା ଜନମାନବ ଗମନାଗମନ ବିହୀନ (ନୋ – ଗୋ) ଅଞ୍ଚଳ ଥିଲା, ତାକୁ ମୁକ୍ତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ ଯାହାକୁ ବର୍ତ୍ତମାନ ସମ୍ପୂର୍ଣ୍ଣ ମୁକ୍ତ କରାଯାଇ ସାରିଛି । ଆମେ ଅନ୍ୟ ବିଶ୍ୱସ୍ତରୀୟ ସଂସ୍ଥାମାନଙ୍କ ସହିତ ସହଯୋଗ କରିବା ନିମନ୍ତେ ସେଠାକୁ ଆସିବା ସହିତ ସମ୍ଭାବ୍ୟ ସ୍ଥିତିର ଆକଳନ କରିବାକୁ ଆମନ୍ତ୍ରଣ କରୁଛୁ । ଆମର କମ୍ପାନୀମାନେ ଭାଗିଦାରୀରେ ପ୍ରବେଶ କରୁଛନ୍ତି । ଏବଂ ଏସବୁ ବ୍ୟତୀତ ଏହି ନୋ – ଗୋ ଅଞ୍ଚଳଗୁଡ଼ିକୁ ପରିଷ୍କାର କରାଯିବା ଆବଶ୍ୟକ ବୋଲି ପୁରୀ କହିଛନ୍ତି । ସମ୍ପୃକ୍ତ ମନ୍ତ୍ରୀ ଦେଶର ଉଚ୍ଚ ଅଭିବୃଦ୍ଧି ଉପରେ ଆଲୋକପାତ କରିବା ସହ ଭାରତର ଶକ୍ତି ଆବଶ୍ୟକତା ଦୃଷ୍ଟିରୁ ଦେଶ ସବୁଜ ଶକ୍ତି ଆଡ଼କୁ ରୂପାନ୍ତରିତ ହେଉଛି ବୋଲି ମଧ କହିଥିଲେ । ବିଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତି ଏକାଦଶ କିମ୍ବା ଦଶମ ସ୍ଥାନରୁ ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି । ଏବଂ ମୁଁ କେବଳ ପରିସଂଖ୍ୟାନ ଅନୁଯାୟୀ ନୁହେଁ, ବରଂ ଆଇଏମ୍‌ଏଫ୍‌ ଯାହା କହୁଛି, ସେହି ଅନୁସାରେ କହୁଛି । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି କହୁଛି ଯେ, ୨୦୨୭ ସୁଦ୍ଧା ଭାରତ ତୃତୀୟ ବୃହତ୍ତମ ଅର୍ଥନୀତି ହେବା ଉଚିତ୍‌ । ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କହିବେ ଯେ, ଏହା ୨୦୨୭ ଠାରୁ ସାମାନ୍ୟ ପରବର୍ତ୍ତୀ ସମୟ ପରେ ମଧ୍ୟ ହୁଏତ ହୋଇ ନପାରେ, କିନ୍ତୁ ଆମର ପ୍ରକ୍ଷେପକ ଅତ୍ୟନ୍ତ ସ୍ପଷ୍ଟ । ଯଦି ଆପଣ ୪ ଟ୍ରିଲିୟନ ଡଲାର ଆଧାରରେ ୭ ପ୍ରତିଶତରୁ ଅଧିକ ହାରରେ ଗତି କରୁଛନ୍ତି, ତେବେ ଆପଣ ବୃଦ୍ଧି ଲାଭ କରିବାକୁ ଯାଉଛନ୍ତି ବୋଲି ସେ କହିଥିଲେ ।
ଗ୍ୟାସ ପାଇଁ ଆମେ ଆମଦାନୀ ଉପରେ ୫୦ ପ୍ରତିଶତ ନିର୍ଭରଶୀଳ, ଅଶୋଧିତ ତୈଳ କ୍ଷେତ୍ରରେ ତା’ଠାରୁ ଢେର୍ ଅଧିକ ନିର୍ଭର କରୁଛୁ । କିନ୍ତୁ ଦୟାକରି ଏହା ମଧ୍ୟ ମନେ ରଖନ୍ତୁ ଯେ, ଆମର ଦୈନିକ ୫.୪ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ବ୍ୟବହାର ହେଉଛି । ଭାରତରେ ପ୍ରତିଦିନ ୭ ନିୟୁତ ଲୋକ ପେଟ୍ରୋଲ ପମ୍ପ କିମ୍ବା ରିଟେଲ ପଏଣ୍ଟ ମାଧ୍ୟମରେ ଦୁଇ ଚକିଆ ଯାନ, ତିନି ଚକିଆ ଯାନରେ ଇନ୍ଧନ ଭରିବାକୁ ଯାଆନ୍ତି । ତେଣୁ ଶକ୍ତି ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଏବେ ଏ କ୍ଷେତ୍ରରେ କ’ଣ ଘଟିବ ? ସହରାଞ୍ଚଳ ପରିବହନ ପ୍ରଦାନକାରୀ ସଂସ୍ଥା ଦିଲ୍ଲୀ ମେଟ୍ରୋରେ ଅଗଷ୍ଟ ୨୦ ତାରିଖରେ ଦୈନିକ ଯାତ୍ରୀ ସଂଖ୍ୟା ୭.୭ ନିୟୁତ ଥିଲା । ଆମକୁ କେତେ ଶକ୍ତି ଦରକାର, ତାହା ଦେଖାଇବା ପାଇଁ ମୁଁ ଆପଣଙ୍କୁ କିଛି ପରିସଂଖ୍ୟାନ ଦେଉଛି । ଆଉ କିଛି ନିର୍ଭରଶୀଳତା ସତ୍ତ୍ୱେ ଆମେ ସବୁଜ ଶକ୍ତିକୁ ସେହି ରୂପାନ୍ତରଣ ଆଣିବାକୁ ସକ୍ଷମ ହେଉଛୁ ଯାହା କିଛି ସମୟ ପାଇଁ ଜାରି ରହିବ । ମୁଁ ଏହାକୁ ଯେଉଁଭଳି ଭାବରେ ଦେଖୁଛି, ଶକ୍ତି ପ୍ରସଙ୍ଗ ପାଇଁ ଭାରତ ଆଜି ଏକ ସ୍ଫୂର୍ତ୍ତିଶୀଳ ସ୍ଥାନ ପାଲଟିଛି, ଯାହା ବର୍ଣ୍ଣନା କରୁଛି ଯେ, ଗ୍ୟାସ୍ ପ୍ରଯୁକ୍ତି କିମ୍ବା ଅନ୍ୟତ୍ର ଆମେ ଯେଉଁ କ୍ଷେତ୍ରକୁ ବି ପହଞ୍ଚାଇବାର ଉଦ୍ୟମ କରିଥାଉ, ଆମେ ଯେଉଁ ରୋଡ୍ ଶୋ’ମାନ କରି ପାରିଛୁ, ସେସବୁ ଆମର ବ୍ୟକ୍ତିଗତ ଭାବରେ କମ୍ପାନୀ ମାନଙ୍କ ପାଖରେ ରହିଛି, ଏହାର କାରଣ ହେଉଛି ସେମାନେ ଅର୍ଥନୈତିକ କାରଣରୁ ମଧ୍ୟ ଭାରତକୁ ଆସିବା କ୍ଷେତ୍ରରେ ଏକ ଲାଭଜନକ ପରିସ୍ଥିତି ଦେଖୁଛନ୍ତି । ଏବଂ ମୁଁ ଭାବୁଛି ଏହି ସମଷ୍ଟି ଦ୍ୱାରା ହିଁ ଭାରତରେ ଆମେ ଚାହୁଁଥିବା ଫଳାଫଳ ମିଳୁଛି ଯାହା ଆମେ ପ୍ରଦର୍ଶନ କରିବାରେ ସକ୍ଷମ ହେଉଛୁ ବୋଲି ମନ୍ତ୍ରୀ କହିଛନ୍ତି । ୱାଶିଂଟନ୍ ଡିସି ଗସ୍ତ ପରେ ମନ୍ତ୍ରୀ ହଷ୍ଟନ୍ ଗସ୍ତରେ ଯିବେ, ଯେଉଁଠାରେ ଭାରତର ଅନୁସନ୍ଧାନ ଏବଂ ଉତ୍ପାଦନ କ୍ଷେତ୍ରକୁ ବୃଦ୍ଧି କରିବା ପାଇଁ ଅନେକ ସଂଖ୍ୟକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.