କଂଗ୍ରେସ ଉପରେ ଅର୍ଥମନ୍ତ୍ରୀଙ୍କ ପ୍ରହାର : କହିଛନ୍ତି- ଗରିବ, ମଧ୍ୟବିତ୍ତମାନେ ଲାଭ ପାଉଛନ୍ତି, ‘‌ଜ୍ୱାଇଁ’ ନୁହେଁ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟସଭାରେ ବଜେଟ୍ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ଅର୍ଥମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ବିରୋଧୀଙ୍କ ବିରୋଧ କରିବା ଅଭ୍ୟାସରେ ପରିଣତ ହୋଇଛି । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରି ରହିବାକୁ ଚେଷ୍ଟା କରୁଥିବା କଂଗ୍ରେସକୁ ଥଟ୍ଟା କରି ସେ କହିଥିଲେ ଯେ, ଆମର ଯୋଜନାର ଲାଭ ଗରିବ ଏବଂ ମଧ୍ୟବିତ୍ତ ଲୋକଙ୍କୁ ଦିଆଯାଉଛି ଏବଂ ଜ୍ବାଇଁଙ୍କୁ ନୁହେଁ ।

ରାଜ୍ୟସଭାରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଆମର ଯୋଜନା ଗରିବ, ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଉପକୃତ କରୁଛି ଏବଂ ପୁଞ୍ଜିପତି କିମ୍ବା ଜ୍ବାଇଁଙ୍କୁ ନୁହେଁ । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ର ମୁଦ୍ରା ଯୋଜନାରୁ କିଏ ଲାଭ ପାଉଛି, ଜ୍ୱାଇଁ କି ? କଂଗ୍ରେସରେ ଉତ୍ତେଜନା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଜ୍ୱାଇଁ ପ୍ରତ୍ୟେକ ଘରେ ଅଛନ୍ତି, କିନ୍ତୁ ଜ୍ୱାଇଁ ଭାରତୀୟ ଜାତୀୟ କଂଗ୍ରେସରେ ଏକ ବିଶେଷ ନାମ ।

Leave A Reply

Your email address will not be published.