ବାଷ୍ଟିଲ ଡେ ପରେଡ଼୍‌ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୪ ଜୁଲାଇ ୨୦୨୩ରେ ଚାମ୍ପସ୍-ଏଲିସିସ୍‌ରେ ଫ୍ରାନ୍ସ ରାଷ୍ଟ୍ରପତି ମହାମହିମ ଇମାନୁଏଲ୍ ମାକ୍ରନଙ୍କ ନିମନ୍ତ୍ରଣକ୍ରମେ ସମ୍ମାନିତ ଅତିଥି ଭାବେ ବାଷ୍ଟିଲ୍ ଡେ ପରେଡ୍ରେ ସାମିଲ ହୋଇଛନ୍ତି ।

ଭାରତ-ଫ୍ରାନ୍ସ ରଣନୀତିକ ଭାଗିଦାରୀର ୨୫ ବର୍ଷ ପୂର୍ତ୍ତି ଅବସରରେ ଏକ ସୈନ୍ୟ ବ୍ୟାଣ୍ଡ ନେତୃତ୍ୱରେ ଭାରତୀୟ ସେନାର ତିନି ବିଭାଗରୁ ୨୪୧ ସଦସ୍ୟ ବିଶିଷ୍ଟ ଦଳ ମଧ୍ୟ ପରେଡରେ ଅଂଶଗ୍ରହଣ କରିଥିଲା । ପଞ୍ଜାବ ରେଜିମେଣ୍ଟ ଏବଂ ଏବଂ ରାଜପୁତାନା ରାଇଫଲ୍ସ ରେଜିମେଣ୍ଟ ମିଳିତ ଭାବେ ଭାରତୀୟ ସୈନ୍ୟ ଦଳର ନେତୃତ୍ୱ ନେଇଥିଲେ ।
ହାଶିମାରାର ୧୦୧ ସ୍କ୍ୱାର୍ଡନ୍ରୁ ଭାରତୀୟ ବାୟୁ ସେନାର ରାଫେଲ୍ ଯୁଦ୍ଧ ବିମାନ ପରେଡ୍ ସମୟରେ ଫ୍ଲାଇ ପାଷ୍ଟରେ ଅଂଶଗ୍ରହଣ କରିଥିଲା ।
ଫରାସୀ ରାଷ୍ଟ୍ର ବିପ୍ଳବ ସମୟରେ ୧୪ ଜୁଲାଇ ୧୭୮୯ରେ ବାଷ୍ଟିଲ ଜେଲ୍ ଉପରେ ଆକ୍ରମଣ ହୋଇଥିଲା। ପ୍ରତିବର୍ଷ ଜୁଲାଇ ୧୪ ତାରିଖରେ ଏହାର ବର୍ଷପୂର୍ତ୍ତି ପାଳନ କରାଯାଇଥାଏ । ଏହା ଭାରତ ଏବଂ ଫ୍ରାନ୍ସ ଉଭୟ ଦେଶର ସମ୍ବିଧାନର କେନ୍ଦ୍ରୀୟ ବିଷୟବସ୍ତୁ ‘ସ୍ୱାଧୀନତା, ସମାନତା ଓ ଭାଇଚାରା’ ଭଳି ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତୀକ ।

Leave A Reply

Your email address will not be published.