ମିଆଁମାରରେ ଚୀନ୍ ବିରୋଧରେ ବ୍ୟାପକ ପ୍ରଦର୍ଶନ, ସେନା ପ୍ରଥମ ଥର ପାଇଁ ଗୁଳି ଚଳାଇଲା

ୟାଙ୍ଗନ୍ : ଗତ ୯ ଦିନ ଧରି ମିଆଁମାରରେ ହୋଇଥିବା ସାମରିକ ଶାସନକୁ ନେଇ ସାଧାରଣରେ ବିରୋଧ ଜାରି ରହିଛି । ଏବେ ବିକ୍ଷୋଭକାରୀଙ୍କ ଟାର୍ଗେଟରେ ଚୀନ୍ ସରକାର । ଏହି ସମୟରେ, ଜନ ବିଦ୍ରୋହକୁ ଦମନ କରିବା ପାଇଁ ସେନା ଟ୍ୟାଙ୍କ ନିୟୋଜିତ କରିଛି ଏବଂ କିଛି ଅଞ୍ଚଳରେ ଗୁଳି ବିନିମୟ ହୋଇଥିବାର ଖବର ରହିଛି । ଦେଶରେ ଇଣ୍ଟରନେଟ୍ ପ୍ରାୟ ବନ୍ଦ ହୋଇଯାଇଛି । ଏହି ସମୟରେ ୟୁରୋପୀୟ ୟୁନିଅନ୍, ବ୍ରିଟେନ ଏବଂ କାନାଡା ସମେତ ୧୧ ଟି ପାଶ୍ଚାତ୍ୟ ଦେଶର ଦୂତାବାସ ରବିବାର ଦିନ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ସୁରକ୍ଷା ବାହିନୀ ହିଂସାତ୍ମକ କାର୍ୟ୍ୟରୁ ନିବୃତ୍ତ ହୁଅନ୍ତୁ ।

ମିଆଁମାରର ଟେଲିଫୋନ୍ ନେଟୱାର୍କ ପ୍ରାୟ ବନ୍ଦ ହୋଇଯାଇଛି । କୁହାଯାଉଛି ଯେ, ମିଆଁମାର ସୁରକ୍ଷା ବାହିନୀ କାଚିନ୍ ରାଜ୍ୟର ମାୟିତକିନାରେ ଥିବା ଏକ ପ୍ଲାଣ୍ଟ ବାହାରେ ପ୍ରଦର୍ଶନକାରୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଫେସବୁକରେ ପ୍ରକାଶିତ ଲାଇଭ ଫୁଟେଜରେ ଏହା ସ୍ପଷ୍ଟ ହୋଇନାହିଁ ଯେ, ଏଗୁଡ଼ିକ ରବର ବୁଲେଟ୍ କି ପ୍ରକୃତ ବୁଲେଟ୍ । ରବିବାର ସନ୍ଧ୍ୟାରେ ଦେଶର ବୃହତ୍ତମ ସହର ୟାଙ୍ଗୋନ୍, ମାୟିତକାଇନା ଏବଂ ସୀତ୍ୱେ ରାସ୍ତାରେ ଟାଙ୍କି ଏବଂ ଅନ୍ୟାନ୍ୟ ସଶସ୍ତ୍ର ଯାନଗୁଡ଼ିକ ଦେଖାଦେଇଛି ।

Leave A Reply

Your email address will not be published.