om academy

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ନେତୃତ୍ୱରେ ରାଉରକେଲା ଠାରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

jsm
  • ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ଉନ୍ନତି ପାଇଁ ଯୋଗ ଶକ୍ତିକୁ ଆପଣାନ୍ତୁ : ଜୁଏଲ ଓରାମ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ନେତୃତ୍ୱରେ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଠାରେ ‘ଯୋଗ ଫର୍‌ ସେଲ୍ଫ ଆଣ୍ଡ ସୋସାଇଟି’ ଶୀର୍ଷକ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମନ୍ତ୍ରୀ ଯୋଗ ଅଧିବେଶନରେ ଅଂଶଗ୍ରହଣ କରି ସମସ୍ତଙ୍କୁ ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ଉନ୍ନତି ପାଇଁ ଯୋଗର ଶକ୍ତିକୁ ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ । ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡି. ଡି. ଉଇକେ ମଧ୍ୟପ୍ରଦେଶର ବେତୁଲଠାରେ ଆୟୋଜିତ ଆଇୱାଇଡି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଟ୍ୱିଟରରେ ଏକ ପୋଷ୍ଟରେ ସେ କହିଛନ୍ତି ଯେ ଯୋଗର ଏକ ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଏକତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ମାଧ୍ୟମରେ ସମଗ୍ର ବିଶ୍ୱକୁ ଏକାଠି କରିବା ପାଇଁ କାର୍ଯ୍ୟ କରିଛନ୍ତି । ଆଇୱାଇଡି ୨୦୨୪ ପାଳନ ଅବସରରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ/କର୍ମଚାରୀମାନେ ନୂଆଦିଲ୍ଲୀରେ ଆୟୋଜିତ ଯୋଗ ଅଧିବେଶନରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.