om academy

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱରେ ନୂଆଦିଲ୍ଲୀର ଲୋଧି ଗାର୍ଡେନ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

jsm

ନଳଆଦିଲ୍ଲୀ , (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱରେ ନୂଆଦିଲ୍ଲୀର ଲୋଧି ଗାର୍ଡେନ ଠାରେ ‘ସ୍ୱୟଂ ଏବଂ ସମାଜ ପାଇଁ ଯୋଗ’ ଶୀର୍ଷକ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇୱାଇଡି) ପାଳିତ ହୋଇଯାଇଛି । ଏହି ଅବସରରେ ମନ୍ତ୍ରୀ ଯୋଗ ଅଧିବେଶନରେ ଅଂଶଗ୍ରହଣ କରି ସମସ୍ତଙ୍କୁ ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ଉନ୍ନତି ପାଇଁ ଯୋଗର ଶକ୍ତିକୁ ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ । ଭାରତୀୟ ଯୋଗ ଅଭ୍ୟାସକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଶ୍ରେୟ ଦେଇଥିଲେ । ଯୋଗପ୍ରେମୀ ମାନେ ବିଶ୍ୱ ସ୍ୱାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଯୋଗଦାନ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ତାମିଲନାଡୁର ନୀଳଗିରି ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପେରିଆନାୟକନପଲାୟମ ଅଞ୍ଚଳରେ ଥିବା ରାମକୃଷ୍ଣ ମିଶନ ବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍‌.ମୁରୁଗାନ ଯୋଗ ଦେଇଥିଲେ । ତାଙ୍କ ସହ ରାମକୃଷ୍ଣ ମିଶନ ବିଦ୍ୟାଳୟ କମ୍ପାନୀ ସେକ୍ରେଟାରୀ ସ୍ୱାମୀ କରିସ୍ମାନନ୍ଦ ମହାରାଜ ଉପସ୍ଥିତ ଥିଲେ । ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ଯୋଗ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ପ୍ରଧାନ ମହାନିର୍ଦ୍ଦେଶିକା ଶେଫାଳି ଶରଣଙ୍କ ନେତୃତ୍ୱରେ ଅନୁଷ୍ଠାନର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଯୋଗାଭ୍ୟାସ କରିଥିଲେ ।

Leave A Reply

Your email address will not be published.