ପାକିସ୍ତାନର ସଂସଦରେ ଜବର୍‌ଦସ୍ତ ହଙ୍ଗାମା

ଇସ୍‌ଲାମାବାଦ : ମଙ୍ଗଳବାର ଦିନ ପାକିସ୍ତାନର ଜାତୀୟ ବିଧାନସଭା (ସଂସଦ)ରେ ଜବର୍‌ଦସ୍ତ ହଙ୍ଗାମା ଦେଖିବାକୁ ମିଳିଛି । ଏକ ସୁସ୍ଥ ଗଣତନ୍ତ୍ରରେ ଏହା ଆଶା କରାଯାଏ ନାହିଁ । ରାଷ୍ଟ୍ରୀୟ ବିଧାନସଭାରେ ବଜେଟ୍ ଉପରେ ଆଲୋଚନା ବେଳେ ସାଂସଦମାନେ ପରସ୍ପରକୁ କାଦୁଅ ଫୋପଡ଼ା ନୀତି ଅବଲଂବନ କରିଛନ୍ତି । ଆଲୋଚନା ସମୟରେ ବିରୋଧୀ ଦଳର ନେତା ଶାହବାଜ ସରିଫ କହିବା ଆରମ୍ଭ କରିବା ମାତ୍ରେ ଗୃହରେ ହଙ୍ଗାମା ହୋଇଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ ସାଂସଦ ଅଲି ନୱାଜ ଆୱାନ ଜଣେ ପରେ ଜଣେ ସାଂସଦଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରି ବିରୋଧୀଦଳର ନେତାଙ୍କ ଉପରକୁ ‘ପ୍ରଶ୍ନ ଓ ଉତ୍ତର’ର ଏକ କପି ଫିଙ୍ଗି ଦେଇଥିଲେ ।

ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ସାଂସଦମାନେ ସ୍ଲୋଗାନ ଦେବା ସହ ସରିଫଙ୍କ ଭାଷଣରେ ପାଟିତୁଣ୍ଡ କରିଥିଲେ । ଏହି ସମୟରେ ପିଟିଆଇ ସାଂସଦମାନେ ନିଜ ନିଜ ସରକାରଙ୍କ ବଜେଟର ନକଲ ଫିଙ୍ଗିବା ଆରମ୍ଭ କରିଥିଲେ । ଏହି ପୁରା ଉତ୍ତେଜନା ସମୟରେ, ଯେଉଁଠାରେ ଶାହାବାଜ ସରିଫ କଥା କହିବା ଜାରି ରଖିଥିଲେ, ଅନ୍ୟପଟେ ବାଚସ୍ପତି ଆସାଦ କେସର ସାଂସଦମାନଙ୍କୁ ଶାନ୍ତ ହେବା ପାଇଁ ଅନୁରୋଧ କରୁଥିଲେ, କିନ୍ତୁ ହଙ୍ଗାମା କମି ନଥିଲା । ସାଂସଦମାନେ ପାକିସ୍ତାନ ସଂସଦରେ ଅସାମ୍ବିଧାନିକ ଭାଷା ବ୍ୟବହାର କରୁଥିବା ଦେଖିବାକୁ ମିଳିଥିବା ଜଣାପଡ଼ିଛି ।

Leave A Reply

Your email address will not be published.