୨୦୨୨ ମସିହା ନିମନ୍ତେ ଅନୁସନ୍ଧାନରେ ଉତ୍କର୍ଷ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ପଦକ

  • ଓଡିଶାରୁ ଚାରିଜଣ-ଇନ୍ସିପେକ୍ଟର ଆଶିଷ ଚନ୍ଦ୍ର ଜେନା, ଶ୍ରୀମତୀ ଅନୁସୂୟା ନାୟକ, ରମେଶ କୁମାର ପ୍ରଧାନ ଏବଂ ଡିଏସ୍‌ପି ଶ୍ରୀମତୀ ସୁମିତ୍ରା ଜେନା

ନୂଆଦିଲ୍ଲୀ, (ପିଆଇବି) : ଅନୁସନ୍ଧାନରେ ଉତ୍କର୍ଷ ନିମନ୍ତେ-୨୦୨୨ ବର୍ଷ ପାଇଁ ୧୫୧ଜଣ ପୁଲିସ କର୍ମଚାରୀଙ୍କୁ (ତାଲିକା ସଂଲଗ୍ନ)କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ ପ୍ରଦାନ କରାଯାଇଛି । ଅପରାଧ ଅନୁସନ୍ଧାନରେ ପେଶାଗତ ଉତ୍କର୍ଷ ପ୍ରତିପାଦନ ପାଇଁ ୨୦୧୮ ମସିହାରେ ଏହି ପଦକ ସୃଷ୍ଟି କରାଯାଇଥିଲା ।
ପଦକ ପାଇଥିବା କର୍ମଚାରୀଙ୍କ ମଧ୍ୟରେ ୧୫ଜଣ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ହୋଇଥିବାବେଳେ ମହାରାଷ୍ଟ୍ର ପୁଲିସରୁ ଏଗାର ଜଣ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ପୁଲିସରୁ ୧୦ଜଣ ଲେଖାଏଁ, କେରଳ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ପୁଲିସରୁ ଆଠଜଣ ଲେଖାଏଁ ଓ ଅନ୍ୟମାନେ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଓ ସଂଗଠନରୁ ଅଟନ୍ତି । ସେମାନଙ୍କ ମଧ୍ୟରେ ୨୮ଜଣ ମହିଳା ପୁଲିସ ଅଧିକାରୀ ଅଛନ୍ତି ।
ଓଡିଶାରୁ ଦୁଇଜଣ ମହିଳା ପୁଲିସ ଅଧିକାରୀଙ୍କ ସମେତ ମୋଟ ଚାରିଜଣ ଏହି ପଦକ ପାଇଛନ୍ତି । ସେମାନେ ହେଲେ ଇନ୍ସିପେକ୍ଟର ଆଶୀଷ ଚନ୍ଦ୍ର ଜେନା , ଶ୍ରୀମତୀ ଅନୁସୂୟା ନାୟକ, ରମେଶ କୁମାର ପ୍ରଧାନ ଏବଂ ଡିଏସ୍‌ପି ଶ୍ରୀମତୀ ସୁମିତ୍ରା ଜେନା । କେନ୍ଦ୍ର ଗୃହ ମନ୍ତ୍ରୀ ପଦକ -୨୦୨୨ପାଇଥିବା ଅଧିକାରୀଙ୍କ ସୂଚୀ ନିମ୍ନରେ ପ୍ରଦତ୍ତ ହୋଇଛି ।

Leave A Reply

Your email address will not be published.