ପୁରୁଣା ସଂସଦ ଗୃହ ୮୩ ଲକ୍ଷରେ ନିର୍ମିତ ହୋଇଥିଲା, ଏବେ ୯୭୧ କୋଟିରେ ନୂତନ ସଂସଦ ଗୃହ

ନୂଆଦି‌ଲ୍ଲୀ : ଗଣତନ୍ତ୍ରର ମନ୍ଦିର ଭାବରେ ପରିଗଣିତ ସଂସଦ ଗୃହର ଚିତ୍ର ବର୍ତ୍ତମାନ ପରିବର୍ତ୍ତନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ନୂତନ ସଂସଦ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି । ସ୍ୱାଧୀନତାର ୭୫ ବର୍ଷ ସମ୍ପୂର୍ଣ୍ଣ ହେବା ବେଳକୁ ଏହି ନୂତନ କୋଠା ପ୍ରସ୍ତୁତ ହୋଇଯିବ, ଯାହା ବିଦ୍ୟମାନ କୋଠା ଅପେକ୍ଷା ବଡ଼, ଆକର୍ଷଣୀୟ ଏବଂ ଆଧୁନିକ ସୁବିଧା ସହିତ ଠିଆ ହେବ । ସୂଚନାଯୋଗ୍ୟ ଯେ, ପୁରୁଣା ସଂସଦ ଗୃହ ଅପେକ୍ଷା ନୂତନ ସଂସଦ ଗୃହରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଅଗଷ୍ଟ ୨୦୧୯ ରେ ବର୍ତ୍ତମାନର ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏକ ନୂତନ ସଂସଦ ଗୃହ ପାଇଁ ଦେଇଥିଲେ । ପ୍ରସ୍ତାବ ଅନୁଯାୟୀ ୬୪୫୦୦ ବର୍ଗ ମିଟରରେ ନୂତନ ସଂସଦ ଭବନ ନିର୍ମାଣ ହେବ, ଯାହା ଚାରି ମହଲା ବିଶିଷ୍ଟ ହେବ ଏବଂ ଏହାର ମୂଲ୍ୟ ୯୭୧ କୋଟି ହେବ । ଏହି ସଂସଦ ଗୃହ ୨୦୨୨ ସୁଦ୍ଧା ପ୍ରସ୍ତୁତ ହୋଇଯିବ । ସଂସଦ ଗୃହ କମ୍ପ୍ଲେକ୍ସରେ ସମସ୍ତ ସାଂସଦଙ୍କ ପାଇଁ ଏକ କାର୍ୟ୍ୟାଳୟ ନିର୍ମାଣ ହେବ, ଯାହା ୨୦୨୪ ସୁଦ୍ଧା ପ୍ରସ୍ତୁତ ହେବ । ଏହି ନୂତନ କୋଠାଟି ଅହମ୍ମଦାବାଦରୁ ଆସିଥିବା ଏଚ୍‌ସିପି ଡିଜାଇନ୍ ମ୍ୟାନେଜମେଣ୍ଟ ଦ୍ୱାରା ଡିଜାଇନ୍ କରାଯାଇଛି ।

Leave A Reply

Your email address will not be published.