
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷିଭିତ୍ତିକ ପର୍ବ ନୂଆଁଖାଇ ଅବସରରେ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ଶ୍ରୀ ମୋଦୀ ଦେଶର ଚାଷୀଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : ‘ନୂଆଁଖାଇ ଜୁହାର୍’ ନୂଆଁଖାଇର ବିଶେଷ ଅବସରରେ ମୋର ଶୁଭେଚ୍ଛା । ଆମର ପରିଶ୍ରମୀ ଚାଷୀ ମାନଙ୍କୁ ଆମେ କୃତଜ୍ଞତା ଜଣାଉଛୁ ଏବଂ ଆମ ସମାଜ ପ୍ରତି ସେମାନଙ୍କ ଯୋଗଦାନକୁ ପ୍ରସଂଶା କରୁଛୁ । ସମସ୍ତଙ୍କ ସୁଖ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ।